ମହାକାଳପଡା ବ୍ଲକରେ ବିବାହ ପଞ୍ଜିକରଣ ହେଉନଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ହିନ୍ଦୁ ବିବାହ ପଞ୍ଜିକରଣ ନିୟମ ୧୯୬୦ ଅନୁଯାଇ ଓଡିଶା ସରକାର ରାଜ୍ୟର ପ୍ରତି ପ୍ରତି ବ୍ଲକର ଏବିଡିଓମାନଙ୍କୁ ବିବାହ ପଞ୍ଜିକରଣ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଯଦି କୈାଣସି ସମୟରେ ସେ ଅନୁପସ୍ଥିତ ରୁହନ୍ତି ତେବେ ତାଙ୍କ ସ୍ଥାନରେ ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ବିବାହ ପଞ୍ଜିକରଣ ଅଧିକାରୀ ଭାବେ ଦାୟୀତ୍ୱ ନିର୍ବାହ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦେଶ ରହିଛି । କିନ୍ତୁ ଦୁଃଖର କଥା କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକରେ ବିବାହ ପଞ୍ଜିକରଣ ନିମନ୍ତେ ବର୍ଷ ବର୍ଷ ଧରି ଦରଖାସ୍ତ ପଡିରହିଥିବା ବେଳେ ପଞ୍ଜିକରଣ କରାନଯିବା ସହ ଅନ୍ୟ ବ୍ଲକ ଗୁଡିକରେ ବିବାହ ପଞ୍ଜିିକରଣ ପାଇଁ ଦରଖାସ୍ତକାରୀଙ୍କୁ ବହୁ ହଇରାଣ ହେବାକୁ ପଡୁଥିବା ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେଣୁ ଏଥିରେ ଜିଲ୍ଲାପାଳ ହସ୍ତକ୍ଷେପ କରି ମହାକାଳପଡା ବ୍ଲକ ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକରେ ଦୀର୍ଘଦିନ ଧରି ପଡିରହିଥିବା ବିବାହ ପଞ୍ଜିକରଣ ଦରଖାସ୍ତ ଗୁଡିକୁ ତୁରନ୍ତ ପଞ୍ଜିକରଣ କରାଯିବାକୁ ନିର୍ଦେଶ ପ୍ରଦାନ ନିମନ୍ତେ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଜିଲ୍ଲାପାଳ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ