ଅବକାରୀ କୋଭିଡ-୧୯ ଟ୍ୟାକ୍ସ ଆଦାୟର ସମୀକ୍ଷା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ)- ଅବକାରୀ ବିଭାଗ ଡେପୁଟୀ କମିଶନର ରାମଚନ୍ଦ୍ର ପାଲଟା ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ପୂର୍ବାହ୍ନରେ ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଁଚି କୋଭିଡ-୧୯ ଅନ୍ତର୍ଗତ ଅବକାରୀ ଟିକସ ଆଦାୟର ସମୀକ୍ଷା କରିଥିଲେ । କୋଭିଡ ସମୟରେ ଅବକାରୀ ଟିକସ ଆଦାୟରେ ଅଭିବୃଦ୍ଧି ସମ୍ପର୍କରେ ଡେପୁଟୀ କମିଶନର ଶ୍ରୀ ପାଲଟା ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅବକାରୀ ଅଧିକ୍ଷକ ବାସନ୍ତୀପ୍ରଭା ନାୟକ,କଟକ ସ୍ୱତନ୍ତ୍ର ଅବକାରୀ ସ୍କ୍ୱାର୍ଡ ଇନିସପେକ୍ଟର ଜଗଦିଶ ଚନ୍ଦ୍ର ସାମଲ ଜଗତସିଂପୁର ଜିଲ୍ଲାରୁ ଆସି ଏଠାରେ ଯୋଗଦେଇଥିବା ଅବକାରୀ ଇନିସପେକ୍ଟର କାଳନ୍ଦୀ ଚରଣ ବେହେରାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


