ମହାଲକ୍ଷ୍ମୀ ପୂଜା ପାଇଁ ଗଙ୍ଗା ଆବାହନ ପୂଜା ଓ କଳସ ଯାତ୍ରା ଅନୁଷ୍ଠିତ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ପାଇକସାହିସ୍ଥିତ ମହାଲକ୍ଷ୍ମୀ ପୂଜା ପଡିଆ ଠାରେ ବିଜୁ ପଟ୍ଟନାୟକ ୟୁଥ କ୍ଳବ ଓ ମହାଲକ୍ଷ୍ମୀ ପୂଜା କମିଟିର ମିଳିତରେ ଆନୁକୂଲ୍ୟରେ ଅନୁଷ୍ଠିତ ୩୮ତମ ମହାଲକ୍ଷ୍ମୀ ପୂଜା ପାଇଁ ଗୁରୁବାର ଗଙ୍ଗା ଆବାହନ,ବେଲ ବରଣ ପୂଜା ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପୁରୋହିତ ଜଗବନ୍ଧୁ ପଣ୍ଡାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ପୂଜାରେ ମୁନିଖୋଲସ୍ଥିତ ସକଟାନାଳ ନିକଟରେ କଳସ ସ୍ଥାପନ କରି ସଂକଳ୍ପ କରାଯିବା ପରେ ସୂର୍ଯ୍ୟପୂଜା,ଗଙ୍ଗା ଆବାହନ,ବେଲ ବରଣ ସହ ବିଭିନ୍ନ ପୂଜାର୍ଚନା ଓ ଗଙ୍ଗା ଆଳତୀ ସମ୍ପର୍ଣ୍ଣ ପରେ ନାଳ ପରିସରରୁ ଏକ ବଡ଼ ପଟୁଆରରେ ପାରମ୍ପରିକ ବାଦ୍ୟ ସହ କଳସ ଯାତ୍ରାରେ ବାହାରି ସହର ପରିକ୍ରମ କରି ମଣ୍ଡପ ଠାରେ ପହଞ୍ଚିଥିଲେ ଳ ଏହି ସହର ପରିକ୍ରମ ବେଳେ ମୁନିଗୁଡାର ବିଭିନ୍ନ ସାହି ଏବଂ ଛକ ଠାରେ ମହିଳା ମାନଙ୍କ ଦ୍ୱାରା କଳସକୁ ସ୍ୱାଗତ କରିବା ସହ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ,ପରେ ବେଲ ବରଣ ଓ ମଣ୍ଡପ ସୁଦ୍ଧି ପୂଜା ଆରମ୍ବ କାର୍ଯ୍ୟ କରାଯାଇଥିଲା l କର୍ତ୍ତା ଭାବେ ଅରକ୍ଷିତ ମାର୍ଥା,କୌତୁକି ମାର୍ଥା ଓ ରବିନ୍ଦ୍ର ପଣ୍ଡା କାର୍ଯ୍ୟ ତୁଲାଇଥିବା ବେଳେ ପୁରୋହିତ ଶ୍ୟାମ ସୁନ୍ଦର ଦାସ,ନିକୁଞ୍ଜ ଶତପଥୀ,ସଦାନନ୍ଦ ମହାପାତ୍ର, ସୁରେଶ ରଥ,ଅଶୋକ କର,ମଙ୍ଗଳା ସାବତ, ସୁନୀଲ ଚୌଧୁରୀ,ବାବୁଲା ମାଳି,ତରଣୀ ବେହେରା,ଶିବ ଶଙ୍କର ବେହେରା,କହ୍ନେଇ ଗୌଡ଼ ପ୍ରମୁଖ ପୂଜାରେ ସହଯୋଗ କରିଥିଲେ l ଉକ୍ତ ପୂଜା ୨୦ ତାରିଖ ଗୁରୁବାର ଠାରୁ ଆରମ୍ବ ହୋଇ ଦୀର୍ଘ ୧୮ ଦିନ ଧରି ଚାଲିବା ସହ ଆସନ୍ତା ଡିସେମ୍ବର ୭ ତାରିଖରେ ସମ୍ପର୍ଣ୍ଣ ହେବା ସହ ପୂର୍ଣ୍ଣାହୁତି ହେବ ବୋଲି ପୂଜା କମିଟିର ଆବାହକ ପୂର୍ଣଚନ୍ଦ୍ର ଗୌଡ଼ ସୂଚନା ଦେଇଛନ୍ତି,ଉକ୍ତ ଗଙ୍ଗା ଆବାହନ ପୂଜା ଓ ସହର ପରିକ୍ରମା ବେଳେ ବିଜୁ ପଟ୍ଟନାୟକ ଯୁବ ସଂସଦର ସଭାପତି ଚକ୍ରପାଣି ମାର୍ଥାଙ୍କ ସମେତ ରମାକାନ୍ତ ମାର୍ଥା,ଚନ୍ଦନ ସାହୁ, ସୁଧାକର ମହାରଣା,ନନ୍ଦ କିଶୋର ପଟ୍ଟନାୟକ,ମୁକେଶ ମହାରଣା,ରାକେଶ ମହାରଣା,ବାବୁ ପଟ୍ଟନାୟକ, କେ.ସତ୍ୟନାରାୟଣ ରାଓ,ବଳରାମ ନାୟକ ବାଦଲ ବେହେରା,ବୁଦ୍ଧିଆ ମାର୍ଥା,ସୁକାନ୍ତ ବେହେରା,ରମେଶ ଗୌଡ଼,ଚାଣ୍ଟି,ରାଜେଶ, ଶିବା ପଟେଲ,ରାକେଶ ବେହେରା,ରାମବାବୁ, ସୁବାସ ଗୌଡ଼,ଭୀମ ବେହେରା,ମଧୁବାବୁ, ଅମିତ ଅଗ୍ରୱାଲ,ନବୀନ ସାହୁ,କେଦାର ନାୟକ ପ୍ରମୁଖଙ୍କ ସମେତ ପାଇକସାହିର ବହୁ ଯୁବଗୋଷ୍ଠୀ ମାନେ ଉପସ୍ଥିତ ଥିଲେ,


