ମହିଳାଙ୍କ ସୁରକ୍ଷା ନିମନ୍ତେ ପିସିଆର ଭ୍ୟାନରେ ଲାଗିଲା ଜିପିଏସ୍ ଟ୍ରାକିଂ
ସମ୍ବଲପୁର: ରାଜ୍ୟ ସରକାର ତରଫରୁ ୫ ଟି କାର୍ଯ୍ୟକାରୀ କରାଗଲା ପରେ ରାଜ୍ୟରେ ସରକାରୀ କର୍ମଚାରୀ କିଭଳି ଲୋକ ମାନଙ୍କ ନିକଟତର ହୋଇପାରି ଲୋକମାନଙ୍କର ସେବା କରିପାରିବେ ସେ ଉପରେ ସରକାର ଅଧିକ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଥିଲେ । ସମ୍ବଲପୁର ଜିଲ୍ଲାରେ ୫ ଟି ର ଏକ କାର୍ଯ୍ୟକାରିତା ଦେଖିବାକୁ ମିଳିଛି । ଦେଶରେ ଦ୍ରୁତଗତିରେ ଦୁଷ୍କର୍ମ ସଂଖ୍ୟା ବଢିଚାଲିଥିବା ବେଳେ ମହିଳା ଓ ଯୁବତୀଙ୍କ ସୁରକ୍ଷା ନିମନ୍ତେ ସମ୍ବଲପୁର ପିସିଆର ଭ୍ୟାନରେ ଲଗାଯାଇଛି ଜିପିଏସ୍ ଖଂଜା ଯାଇଛି । ଏହା ଦ୍ୱାରା ଅପରାଧ ଘଟୁଥିବା ସ୍ଥାନରେ ସୁରକ୍ଷାବାହିନୀ ଅତିଶିଘ୍ର ପହଞ୍ଚି ମହିଳା ମାନଙ୍କୁ ଉଦ୍ଧାର କରିପାରିବ ବୋଲି ଉତ୍ତରାଂଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ମହିଳାଙ୍କ ସୁରକ୍ଷା ନିମନ୍ତେ ଦୁଇଟି ମହିଳା ପିସିଆର ଭ୍ୟାନ ଓ ୨ ଟି ପିସିଆର ବାଇକ ଆରମ୍ଭ ୍କରିଛି । ଅନେକ ସମୟରେ ପିସିଆର କର୍ମଚାରୀ ମାନେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଅନ୍ୟ କୈାଣସି ସ୍ଥାନରେ କହି କାର୍ଯ୍ୟରେ ବିଳମ୍ବ କରୁଥିବା ବେଳେ କୈାଣସି କର୍ମଚାରୀ ବିଳମ୍ବ କରିପାରିବେ ନାହିଁ ବୋଲି ଆଶା ରଖିଛନ୍ତି ।


