ରାଜଧାନୀକୁ ନେଇ ଚର୍ଚ୍ଚାରେ ଜଗନମୋହନ
ପୁଣି ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିବା ୱାଇ.ଏସ ଜଗନମୋହନ ରେଡ୍ଡି । ସାଧାରଣ ଲୋକମାନଙ୍କ ପାଇଁ ଅନେକ ଜନକଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ଆଉ ଏବେ ଶୁଣିବାକୁ ମିଳୁଛି ସେ ତିନୋଟି ରାଜଧାନୀ ପ୍ରତିଷ୍ଠା କରିବେ । ଏନେଇ ତାଙ୍କ ଦଳର ବିଧାୟକମାନେ ବିଧାନସଭାରେ ସଂକେତ ଦେଇସାରିଲେଣି । ଏହାଦ୍ୱାରା ପ୍ରଶାସନ ତ୍ୱରାନ୍ୱିତ ହେବା ସପ୍ସରକାର ଘୋଷଣ କରୁଥିବା ଅନେକ ଯୋଜନା ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରିବ । ଫଳରେ ପ୍ରଶାସନିକ ଅଧିକାରୀମାନେ ଜନସାଧାରଣଙ୍କ ନିକଟତର ହେବା ସହିତ ଉତ୍ତମ ସେବା ଯୋଗାଇ ଦେଇପାରିବେ ।ସୁଚନାଥାଉକି , ଆନ୍ଧ୍ର ପ୍ରଦେଶଠାରୁ ତେଲେଙ୍ଗାନା ବିଭାଜିତ ହେବା ପରେ ଏବେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ହୋଇଥିବାବେଳେ ଆଗକୁ ଆନନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀ ହେବ ବୋଲି ଜଣାପଡିଛି ।


