ମହିଳା ମହାବିଦ୍ୟାଳୟରେ ନେତାଜୀ ଜୟନ୍ତି ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା)- ଗୁରୁବାର ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟରେ ଏମ୍‌,ଏସ୍‌. ଏସ୍‌. ଦ୍ୱାରା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳନ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟାକ୍ଷା ଡ. ରୀନା ସାହୁ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏମ୍‌,ଏସ୍‌. ଏସ୍‌. ର ପ୍ରୋଗ୍ରାମ୍ ଅଫିସର ଡ. ଭାରତୀ ପାଣିଗ୍ରାହୀ ସ୍ୱାଧୀନତା ସଂଗ୍ରାମ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ,ସ୍ୱେଚ୍ଛାସେବୀ ମାନେ ମଧ୍ୟ ନିଜର ମତବ୍ୟକ୍ତ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ରାଜେଶ ପାତ୍ର,ଏବଂ ଏଲ୍ . ଦୁର୍ଯ୍ୟୋଧନ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ