ମହିଷାନେଦାରେ ଧୂୁମଧାମରେ ଗଣେଶ ପୂଜା ପାଳିତ

ରାଇରଙ୍ଗପୁର,(ଯୁଗାବ୍ଦ ନୁ୍ୟଜ୍) : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଓ ଏହାର ଆଖପାଖ ସହରର ସମସ୍ତ ମନ୍ଦିର ମାନଙ୍କ ମଧ୍ୟରୁ ମହିଷାନେଦା ଗଣେଷ ମନ୍ଦିର ଅନ୍ୟତମ ।ଏହି ମନ୍ଦିର କୁ ୫୫ ପୁରିଛି । ଗ୍ରାମବାସୀଙ୍କର ବିଶ୍ୱାଶ ଓ ଭରସାର ଭଗବାନ ଶ୍ରୀ ଗଣେଶ ପୂଜା ପାଇଆସୁଛନ୍ତି । ଗ୍ରାମବାସୀ ମାନଙ୍କ କହିବାନୁଯାୟୀ ଦୀର୍ଘ ୫୫ ବର୍ଷ ତଳେ ଗ୍ରାମ୍ୟ ପୋଖରୀରୁ ଗଣେଷ ମୁର୍ତ୍ତିକୁ ପାଇଥ୍ôଲେ । ସେହି ଦିନ ଠାରୁ ଗ୍ରାମ ଚାଟଶାଳି ରେ ରଖି ଗଣେଶ ଙ୍କ ୁପୂଜାର୍ଚ୍ଚନା କରାଯାଉଥିଲା । ଏହାପରେ ଗ୍ରାମବାସୀ ମିଳିତ ଉଦ୍ୟମରେ କଷ୍ଟଉପôାର୍ଜିତ ଧନରେ ଗଣେଶ ମନ୍ଦିର ନିର୍ମାଣ କରିଥିଲେ । ଆଜି ପବିତ୍ର ଗଣେଷ ଚତୁର୍ଥୀ ଅବସରରେ ମହିଷାନେଦା ମନ୍ଦିର ରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଗ୍ରାମ୍ୟ ମନ୍ଦିର କମିଟି ତରଫରୁ ଭକ୍ତା ଗାଁ ପୋଖରୀରୋ ପୂଜା ରୀତି ନେଇ ପୋଖରୀରେ ସ୍ନାନ କରି ପୂଜାର୍ଚନା ସହ ଘଟ ଜଳ ଆଣି ମନ୍ଦିରରେ ପ୍ରବେଶ କରିଥିଲେ । ଗାଁର ଘରେ ଦୁଆରେ ଘଟୁଆଙ୍କ ଗୋଡ ହଳଦୀ ପାଣିରେ ଧୋଇ ମହିଳାମାନେ ଆଶୀର୍ବାଦ ନେଇଥିଲେ ।ବାଜା ରୋଶଣୀରେ ସେମାନଙ୍କୁ ପାଛୋଟି ନିଆ ଯାଇଥିଲେ ।ମନ୍ଦିରରେ ପୂଜକ ଦୁଷ୍ମନ୍ତ ମିଶ୍ର ଘଟୁଆଙ୍କଠାରୁ କଳଶ ନେଇ ମନ୍ଦିରରେ ରଖି ପୂଜାର୍ଚନା ଆରମ୍ଭ କରିଥିଲେ ।ପରେ ଗ୍ରାମବାସୀ ପୂଜାର୍ଚନା କରିଥିଲେ ।ଆଜି ପ୍ରଥମ ରାତିରେ କମିଟି ତରଫରୁ ଛଉ ନୃତୁ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତୃତୀୟ ଦିନ ବିସର୍ଜନ କରାଯିବ ବୋଲି କମିଟି ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗଜାନନ ଙ୍କ ଦର୍ଶନ କରି କୃପା ଲାଭ କରିବା ନିମନ୍ତେ ଆଖପାଖ ଅଂଚଳରୁ ହଜାର ହଜାର ଭକ୍ତ ଦର୍ଶନ ଲାଭ କରିଛନ୍ତି । ମାନସିକ ଧାରୀ ମାନଙ୍କର ବିଶ୍ୱାସ ରହିଛି ଭକ୍ତିରେ ଭଗବାନଙ୍କୁ ପୁୂଜାର୍ଚ୍ଚନା କଲେ ପ୍ରଭୁ ସନ୍ତୁଷ୍ଟ ହୋଇ ଆଶ୍ରିବାଦ କରନ୍ତି । ମାନସୀକ ଧାରୀ ମାନଙ୍କର ମନସ୍କାମନା ପୂର୍ଣ୍ଣ ହେଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗଣେଶ ଚତୁର୍ଥୀ ପୂଜା ଅବସରରେ ହଜାର ହଜାର ଭକ୍ତଙ୍କ ସମଗମ ହୋଇଥିବାରୁ ଗ୍ରାମ କମିଟି ତରଫରୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିବାର ଦେଖିବାକୁୂ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ