ମହୁଲି ମଦ ସହ ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର ବିଶ୍ୱରେ ମହାମାରୀ କରୋନା ସଂକ୍ରମଣ ଲାଗି ରହିଥିଲା ଯୋଗୁଁ ଲକ ଡାଉନ ପରିସ୍ଥିତି ଉପୁଜିଛି, ଯାହା ଫଳରେ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ କରିବାକୁ ରାଜ୍ୟସରକାର ନିର୍ଦ୍ଦେଶ ଦେଇ ଥିବାବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ବିଭିନ୍ନ ଗ୍ରାମାଞ୍ଚଳ ରେ ଦିନକୁ ଦିନ ବଢ଼ି ଚାଲିଛି ଦେଶୀ ମଦ କାରବାର । ଏ ନେଇ ବାଲିଗୁଡା ଅବକାରୀ ବିଭାଗ ନିରବ ଦ୍ରଷ୍ଟା ସାଜିଥିବା ବେଳେ ବାଲିଗୁଡା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ବାଲିଗୁଡା ବ୍ଲକର କଟପଡ଼ି, ଇନ୍ଦିରାଜା ଓ କଟାରି ସାହିରେ ପହଞ୍ଚି ୩୮୦୦ ଲିଟରୁ ଉର୍ଦ୍ଧ୍ବ ପୋଚ ସହ ୧୦୦ଲିଟରରୁ ଉର୍ଦ୍ଧ୍ବ ଦେଶୀ ମହୁଲି ମଦ ଜବତ କରିଛନ୍ତି। ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ପ୍ରୋବେସନାଲ ଡ଼ିଏସପି ମନୋଜ ପୂଜାରୀ ଉକ୍ତ ତିଆରି କରାଯାଉଥିବା ଭାଟିକୁ ଭାଙ୍ଗିବା ସହ ହାଣ୍ଡି, ପ୍ଲାଷ୍ଟିକ ଜାର, କାଠ, ଜବତ କରିବା ସହ ମଦ ରାନ୍ଧୁଥିବା ବ୍ୟକ୍ତି ଓ ଗିରଫ ହୋଇଥିବା ଲୋକଙ୍କ ନାମରେ ୧୦୧, ୧୦୨ / ୨୦୨୦ ରେଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଚଢ଼ାଉରେ ପ୍ରୋବେସନାଲ ଡ଼ିଏସପି ମନୋଜ ପୂଜାରୀ, ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ଏସଆଇ. ସଞ୍ଜୟ ପ୍ରଧାନଙ୍କ ସମେତ ଥାନା କର୍ମଚାରୀ ଓ ଭଗାମୁଣ୍ଡା ମା ଠାକୁରାଣୀ ନାରୀସଂଘର ସମସ୍ତ ସଭ୍ୟା ଉପସ୍ଥିତ ରହି ଚଢ଼ାଉରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ