ମହୁ ହୋଇପାରେ ରୋଗର କାରଣ
ମହୁ ଖାଇବାର ଲାଭ ବାବଦରେ ଆପଣ ଶୁଣିଥିବେ । ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବାଠାରୁ ଆରମ୍ଭ କରି କେଶର ସୁରକ୍ଷା ପର୍ଯ୍ୟନ୍ତ ମହୁ ବ୍ୟବହାର ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ୧ ବର୍ଷରୁ କମ୍ ବୟସର ପିଲାଙ୍କୁ ମହୁ ସେବନ କରାଇବା ଦ୍ୱାରା ରୋଗ ମଧ୍ୟ ହୋଇଥାଏ । ମହୁ ସେବନ କରିବା ଦ୍ୱାରା ଆପଣଙ୍କ ପିଲାକୁ ଇନ୍ଫାନ୍ତ ବୋଟୁଲିଜିମ ନାମକ ରୋଗ ହୋଇପାରେ
ଇନଫାନ୍ତ ବୋଟୁଲିଜିମ ଦ୍ୱାରା ଶିଶୁକୁ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେବା ସହିତ ଜୀବନ ମଧ୍ୟ ଯାଇପାରେ । ୬ ସପ୍ତାହରୁ ଆରମ୍ଭ କରି ୬ ମାସର ପିଲାକୁ ଏହି ରୋଗ ହୋଇପାରେ ବୋଲି ବିଶେଷଜ୍ଞ କୁହନ୍ତି । ଇନ୍ଫାନ୍ତ ବୋଟୁଲିଜିମ ୪ ପ୍ରକାରର ହୋଇଥାଏ । ଏଗୁଡିକ ହେଉଛି ଇନ୍ଫାନ୍ତ ବୋଟୁଲିଜିମ, ଉଣ୍ଡ ବୋଟୁଲିଜିମ, ଇନହଲେସନ ବୋଟୁଲିଜିମ ଓ ଫୁଡ ବର୍ଣ୍ଣ ବୋଟୁଲିଜିମ । ଶିଶୁଙ୍କୁ ଭୋକ ଲାଗୁନଥିଲେ, ନିଶ୍ୱାସ ପ୍ରଶ୍ୱାସ ନେବା ଆଣିବାରେ ସମସ୍ୟା ଦେଖାଦେଉଥିଲେ ଏହି ରୋଗ ହୋଇଥିବାର ଜାଣିନିଅନ୍ତୁ । ଏ କ୍ଷେତ୍ରରେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।


