ମାଗଣା ଆର୍ଶନିକ-୩୦ ଔଷଧ ବଂଟନ କାର୍ଯ୍ୟକ୍ରମ

ନାଉଗାଁ,(ଓ୍ବାଇଏନ୍ଏସ୍): ଭାରତ ବିକାଶ ପରିଷଦର ଭୁବନେଶ୍ୱର ଉତର ଶାଖା ଓ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ମିଳିତ ସହଯୋଗରେ ମାଗଣା ଆର୍ଶନିକ-୩୦ ଔଷଧ ବଂଟନ କରାଯାଇଛି । ଏହି ଔଷଧ ପ୍ରଥମେ ଅଲଣାହାଟ ଉଚ୍ଚ ବିଦ୍ୟାଳୟରେ ବଂଟନ କରାଯିବା ପରେ ଘୋଡାଂଶସ୍ଥିତ ବାସୁଦେବ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ଅଲଣା-୨ ଜଗନ୍ନାଥ ମନ୍ଦିର, ଶିଖରଘାଟ ବଳିଆ ବାବାଙ୍କ ଆଶ୍ରମରେ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଭାରତ ବିକାଶ ପରିଷଦର କୋଷାଧ୍ୟକ୍ଷ ମଧୁସୂଧନ ଜେନା, ଅଲଣାହାଟ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଉପଦେଷ୍ଠା ଇଂ. ଅକ୍ଷୟ ସାହାଣୀ, ସଭାପତି ରବିନ୍ଦ୍ର ପଟ୍ଟନାୟକ, ସଂପାଦକ ଉତ୍କଳ ରଂଜନ ମହାନ୍ତି, ସମାଜସେବୀ ବଂଶୀଧର ଆଚାର୍ଯ୍ୟ, ନବକିଶୋର ମହାନ୍ତି, ବଂଶୀଧର ବେହେରା, ସଚ୍ଚିଦାନନ୍ଦ ପରିଡା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ