ମାଣିକପୁରରେ ଗଣେଶ ବିଗ୍ରହ ପ୍ରତିଷ୍ଠା

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ମାଣିକପୁର ହନୁମାନ ମନ୍ଦିର ରେ ଥିବା ଗଣେଶ ମନ୍ଦିରରେ ଅଗ୍ରପୂଜ୍ୟଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଛି l ମନ୍ଦିର ପରିଚାଳନା ସମିତି ଦ୍ବାରା ଉତ୍ସବରେ ଅଞ୍ଚଳର ପ୍ରାୟ ତିନି ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ l ସକାଳେ ମନ୍ଦିର ନିକଟସ୍ଥ ପୋଖରୀରୁ ଶତାଧିକ ମହିଳାଙ୍କ ଦ୍ବାରା କଳସ ଯାତ୍ରା ହୋଇଥିଲା l ଏହା ପରେ ପାଞ୍ଚଆମ୍ବ ତିବତୀୟ ଆନି ମନ୍ଦିରରୁ ବାଇକ୍ ଶୋଭାଯାତ୍ରାରେ ଶ୍ରୀଗଣେଶଙ୍କ ବିଗ୍ରହ ଅଣାଯାଇଥିଲା l ଗଣେଶ ମନ୍ଦିରରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯିବା ସହ ରତ୍ନମୁଦ ପ୍ରତିଷ୍ଠା କରlଯାଇଥିଲା l ଏହା ପରେ ବିଗ୍ରହ ପ୍ରତିଷ୍ଠା କରାଯାଇ ଶ୍ରୀଗଣେଶ ଙ୍କୁ ମନ୍ଦିର ଭିତରେ ବିଜେ କରlଯାଇଛି l ଏହି ଅବସରରେ ଘୃତଯଜ୍ଞ , ନlମଯଜ୍ଞ, ଅର୍ଣ୍ଣଯଜ୍ଞ ଆୟୋଜନ କରାଯିବା ସହ ଧର୍ମସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ପାରଳାଖେମୁଣ୍ଡି ଦେବୀ ମଠ ମହନ୍ତ ରlମାନନ୍ଦ ଦାସ, ଜିରlଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଖେନପୋ ପେମl ଆମ୍ଫେଲ୍, ବରିଷ୍ଠ ସଙ୍ଗଠକ ଅନାଦି ପାଣିଗ୍ରାହୀ, ତରଣୀସେନ ଦାସ, ନରେନ୍ଦ୍ର ଜାନୀ, ଅମୂଲ୍ୟ ପାତ୍ର, ଜରିଆ ଜାନୀ , ମଧୁସୂଦନ ପାଢ଼ୀ, ଓ ଅlନି ମନ୍ଦିର ମୁଖ୍ୟ ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଅଶୋକ ରଣଜିତ୍, ବଙ୍ଗାଳୀ ଜାନୀ, ପ୍ରଶାନ୍ତ ସୁବୁଦ୍ଧି, କୈଳାଶ ରଣଜିତ, ବାବୁଲା ସେଠୀ ଓ ଶିବରାମ ସୁଆର ପ୍ରମୁଖ ପରିଚାଳନା କରିଥିଲେ l ଏଥିରେ ଅତି ସୁନ୍ଦର ଭାବେ ଟିବତିୟ ଗୁରୁଜୀ ମାନଙ୍କୁ ସ୍ବାଗତ କରଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ