ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳନ
ବୁଗୁଡା,(ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଳକ ଅନ୍ତର୍ଗତ ମାଣିତରା କରୁଣା ଟ୍ରଷ୍ଟ ଦ୍ବାରା ପରିଚାଳିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ଜୁନ ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତଙ୍କ ତତ୍ତ୍ଵାବଧାନରେ ଏହି ଯୋଗ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ବାଳ, ସରୋଜ କୁମାର ପଟ୍ଟନାୟକ, କାଳୀ ପ୍ରସାଦ ସାହୁ, ରମେଶ ବେହେରା, ରଞ୍ଜନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଏହି ଯୋଗ ଶିବିରକୁ ପରିଚାଳନା କରିଥିଲେ। ଯୋଗ ଶରୀର ଓ ମନକୁ ସୁସ୍ଥ ରଖିବା ସହ ଆତ୍ମାକୁ ସକାରାତ୍ମକ ଉର୍ଜା ଯୋଗାଇ ଥାଏ ବୋଲି ଅତିଥି ବୃନ୍ଦ ମତ ପ୍ରଦାନ କରିଥିଲେ। ଆୟୋଜିତ ଯୋଗ ଶିବିରରେ ଯୋଗା ଅଭ୍ୟାସ ଓ ପ୍ରାଣାୟାମ ଅଭ୍ୟାସ କରାଯାଇଥିଲା। ଯୋଗ ଦ୍ୱାରା ରକ୍ତଚାପ, ମଧୁମେହ, ମୋଟାପା ଦୂର କରିବା ସହ ଆଣ୍ଠୁଗଣ୍ଠି ବାତ ପାଇଁ ମଧ୍ୟ ଲାଭ ଦାୟକ ବୋଲି ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ମାଣିତରା ଅଞ୍ଚଳର ୬୦ ରୁ ଉର୍ଦ୍ଧ୍ବ ଯୋଗ ଦେଇଥିଲେ। ଯୋଗ ଗୁରୁ ଗଣନାଥ ପଟ୍ଟନାୟକ ଏଠାରେ ଶିବିରାର୍ଥୀ ମାନଙ୍କୁ ବିଭିନ୍ନ ଯୋଗ ଓ ପ୍ରାଣାୟାମ ଶିକ୍ଷା ପ୍ରଦାନ କରିଥିଲେ।


