ମାତୃଦିବସରେ ବସ୍ତ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଯୋଗ, ଆଧ୍ୟାତ୍ମିକ ଓ ସାମାଜିକ ସଂଗଠନ ‘ଶାନ୍ତିପଥ’ ପକ୍ଷରୁ ସ୍ଥାନୀୟ ଶହୀଦନଗରଠାରେ ମାତୃଦିବସ ଅବସରରେ ଏକ ବସ୍ତ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଅଧ୍ୟକ୍ଷ ସମାଜସେବୀ ଶିବନାରାୟଣ ମିଶ୍ରଙ୍କ ପୌରୋହିତ୍ୟ, ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶୁଭେନ୍ଦ୍ର ପଟ୍ଟନାୟକ, ସନ୍ତୋଷ ମିଶ୍ର ଯୋଗଦେଇ ଅସହାୟଙ୍କ ସେବା ମାଧବ ସେବା ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ତିନୋଟି ପରିବାରକୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିବା ସହିତ ସେମାନଙ୍କ ପିଲାଙ୍କ ଶିକ୍ଷା ଦାୟିତ୍ୱ ଭାର ଶାନ୍ତିପଥ ନେବ ବୋଲି ଅଧ୍ୟକ୍ଷ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ସଙ୍ଗଠନ ଶାନ୍ତି, ପ୍ରଗତି, ମୈତ୍ରୀ ଓ ସମାଜକଲ୍ୟାଣ କାର୍ଯ୍ୟକ୍ରମମାନ ଦୀର୍ଘ ତିନି ବର୍ଷ ଧରି କରିଆସୁଛି । କାର୍ଯ୍ୟକ୍ରମ ସକୁରେନ୍ଦ୍ର କୁମାର ସାହୁ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ମଦନମୋହନ ପାଢ଼ୀ ।