ମାତୃ କର୍ମଶାଳା ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଯୋଗେଶ୍ୱରପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ଭୀମସେନ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିଶୁ ବାଟିକାର ୪୦ରୁ ଊର୍ଦ୍ଧ୍ବ ମାଆ ମାନଙ୍କର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟିର ସଦସ୍ୟା ଶ୍ରୀମତୀ ଲକି ସାହୁ ଉପସ୍ଥିତ ରହି ମାଆ ମାନଙ୍କର ଶିଶୁ ପ୍ରତି ଦାୟିତ୍ଵ କିପରି ହେବା ଆବଶ୍ୟକ ସେ ସମ୍ପର୍କ ରେ ଆଲୋଚନା କରିଥିଲେ। ପରିଚାଳନା କମିଟି ସଭାପତି କୃଷ୍ଣ ଚନ୍ଦ୍ର ବାରିକ, ସମ୍ପାଦକ ମାନସ କୁମାର ସାହୁ, କୋଷାଧ୍ୟକ୍ଷ ବିମଳ କାନ୍ତ ସ୍ଵାଇଁ, ଯୁଗ୍ମ ସମ୍ପାଦିକା ଶ୍ରୀମତୀ ବିଷ୍ଣୁପ୍ରିୟା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ସସ୍ମିତା ରଥ ଙ୍କ ସଂଯୋଜନା ରେ ଶ୍ରୀମତୀ ନମିତା ବେହେରା, ଶ୍ରୀମତୀ ସସ୍ମିତା ପଟ୍ଟନାୟକ, ଶ୍ରୀମତୀ ଗୀତାଞ୍ଜଳି ସାହୁ ବିଭିନ୍ନ କାଳାଂଶ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।