ମାନବିକତାର ପ୍ରତୀକ: ଡା. ସନାତନ ରଥ
ଦୀନବନ୍ଧୁ ନାୟକ
ଭାରତର ପ୍ରସିଦ୍ଧ ସ୍ନାୟୁ ରୋଗ ବିଶେଷଜ୍ଞ ଡା. ସନାତନ ରଥ ଆଉ ନାହାଁନ୍ତି । ଏ ମହାଶୟଙ୍କୁ ଜୀବନରେ ଥରେ ମାତ୍ର ଦର୍ଶନ କରିଛି । କିନ୍ତ ୁସେସାକ୍ଷାତ ଆଜି ପର୍ଯ୍ୟନ୍ତ ଜୀବନ୍ତ ରହିଛି । ୧୯୭୪ ମସିହାକଥା । ସେତେ ବେଳେ ମୁଁବାଲେଶ୍ୱର ଜିଲ୍ଲା ଭଣ୍ଡାରି ପୋଖରୀ ପି.ଏଚ୍.ସି.ରେ ବ୍ଲକ୍ ଏକ୍ସ୍ ଟେନ୍ସନ୍ ଏଜୁକେଟର୍ (ପରିବାର ନିୟନ୍ତ୍ରଣ) ରୂପେ ପୋଷ୍ଟିଂ ହୋଇଥାଏ । ପୋଷ୍ଟିଂର ଅଳ୍ପଦିନ ପରେ ମାସ୍ ଏଜୁକେଶନ୍ ଟ୍ରେନିଂ ନିମନ୍ତେ ଅର୍ଡର ଆସିଲା । କଟକ ଏସ୍.ସି.ବି. ମେଡିକାଲ କଲେଜ୍ କମ୍ପାଉଣ୍ଡରେ ଥିବା ପରିବାର କଲ୍ୟାଣ ଟ୍ରେନିଂ ସେଂଟରରେ ଜଏନ୍ କରି ସେଂଟରର ହଷ୍ଟେଲରେ ରହୁଥାଏ । ସେତିକିବେଳେ ମୋ ସାନଭାଇ ଦୈତାରିର ଶାଶୁ, କୋପଣ୍ଡର ‘ରାଉତବୋଉ’ଙ୍କର ଅପରେସନ୍ହୋଇଥାଏ । ଡା. ଋଥ ଅପରେସନ୍ କରିଥିଲେ । ହଷ୍ଟେଲ ଓ ୱାର୍ଡ ପାଖାପାଖି ଥିବାରୁ ଦିନରେ ଥରେ/ଦୁଇଥର ତାଙ୍କୁ ସାକ୍ଷାତ କରି ଭଲମନ୍ଦ ବୁଝୁଥାଏ । ଥରେରାତି ପ୍ରାୟ ୯ଟା ବେଳେ ଶାଶୁଙ୍କର କୌଣସି ଅସୁବିଧା ହେବାରୁ ମୁଁ ଡଂ. ଋଥଙ୍କ କଲେଜ ପରିସରରେ ଥିବା ତାଙ୍କ କ୍ୱାର୍ଟରକୁ ଗଲି । ସେତେ ବେଳେ ପୁରୁଣାବଡ ଆଜ୍ବେଷ୍ଟସ୍ ଛାଉଣୀ କ୍ୱାର୍ଟରରେ ପ୍ରଫେସର ମାନେ ରହୁଥିଲେ । ନାମ ଫଳକ ଦେଖି ଗେଟ୍ ଖୋଲି ଭିତରକୁ ଗଲି । ବିରାଟ ବାରଣ୍ଡାଟି ସରୁ କାଠ ପଟାରେ ଜାଲି କରି ଆବଦ୍ଧ କରାଯାଇଛି । ବାରଣ୍ଡାର ଲାଇଟ୍ଲିଭାଇ ଦିଆଯାଇଛି । ଜଣେ ବୟସ୍କ ବ୍ୟକ୍ତିଗଞ୍ଜି ପିନ୍ଧି ବାରଣ୍ଡାରେ ଏ ମୁଣ୍ଡର ସେମୁଣ୍ଡ ପର୍ଯ୍ୟନ୍ତ ଖୁବ୍ଚିନ୍ତିତ ହୋଇ ପଦଚାରଣ କରୁଛନ୍ତି । ବାରଣ୍ଡାକୁ ଯିବା ପାଇଁକାଠଜାଲି ଦ୍ୱାର ନିକଟରେ ପହଂଚିଲି । ସେତେବେଳେ ବାରଣ୍ଡାର ଗୋଟିଏ ମୁଣ୍ଡରୁ ଫେରୁଥିବା ଅବସ୍ଥାରେ ମୋତେ ଦେଖି “କିଏ” ବୋଲି ପଚାରିଲେ । ମୁଁ ରୋଗୀର ୱାର୍ଡ ଓ ବେଡ୍ ନମ୍ବର କହିତାଙ୍କରି ଆଟେଣ୍ଡାଂଟ୍ବୋଲି ପରିଚୟ ଦେଲି । ସେ ଦ୍ୱାରଖୋଲିଲେ ଓ ବାରଣ୍ଡା ଲାଇଟ୍ ଜଳାଇ ଦେଲେ । ଭିତରକୁ ଯାଇ ରୋଗୀର ଅସୁବିଧା ସବୁକହିଲି । ମୋତେ ଯାହାଉପଦେଶ ଦେବା କଥା, ଦେଇ ସାରିବା ପରେମୁଁଫେରି ଆସିବା କଥା; କିନ୍ତୁ ମୁଁ ଚୂପ୍କରି ଠିଆ ହୋଇ ରହିଲି । ସେକହିଲେ –“ଆଉ କଅଣ?”ମୁଁକହିଲି-“ସାର! ଆପଣ ଯଦି କିଛି ନ ଭାବିବେ, ତେବେ ଗୋଟିଏ କଥା ପଚାରିବି ।” –“ହଉ, କୁହ ।” ମୁଁ ପଚାରିଲି –“ବାହାର ଗେଟ୍ଖୋଲି ଆସିବାବେଳେ ଦେଖିଲି, ଆପଣ ବାରଣ୍ଡାର ଏ ମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଚିନ୍ତା ମଗ୍ନ ହୋଇ ପଦଚାରଣା କରୁଛନ୍ତି । କାହିଁକି…..” ସାର୍ଗମ୍ଭୀର ହୋଇଗଲେ, ସ୍ୱର ଦରଦୀ ହୋଇଉଠିଲା । ତାଙ୍କ କଥାରୁ ବେଦନା ଯେପରି ଟପ୍ ଟପ୍ ହୋଇଝରି ପଡୁଥିଲା । ଜଣେ ଅଜଣା ଯୁବକ ଆଗରେ ଝରିପଡିବା ଠିକ୍ ହେବନାହିଁ ବୋଲି, ସତେ ଯେପରି, ଲୁହ ଟୋପାଗୁଡିକ ନିଜକୁ ସଂଯତ କରି ନେଇଥିଲେ । ସେ ଆରମ୍ଭ କଲେ-“କ’ଣ କହିବି ବାବୁ!… କାହିଁ କେତେଦୂର କୋରାପୁଟ ଜିଲ୍ଲାର କେଉଁକୋଣରୁ ୧୬/୧୭ ବର୍ଷର ଝିଅଟିକୁ ନେଇତା’ରବାପାମା’ କେବଳମୋ’ରି ପାଖରେ ଚିକିତ୍ସିତ ହେବା ପାଇଁକେତେ ଆଶା ଭରସାକରି ଆସିଥିଲେ । ଆଡ୍ମିଶନ୍ ବିହୋଇଗଲା । ତାକୁ ଦେଖିବା ପାଇଁ ଗତ ଦୁଇଦିନ ଓ ଆଜିମର୍ଣ୍ଣିଂ ଆୱାରରେ ବହୁତ ଚେଷ୍ଟକରିଛି । ସବୁବେଳେତା’ କଥା ମନେ ଅଛି । କିନ୍ତୁଏତେଗୁଡିଏସିରିଅସ୍ ଅପରେଶନ୍ରଭିଡ ଯେ ଏହାଭିତରେ ତାକୁମୁଁ ଦେଖିପାରିଲି ନାହିଁ । ସମୟ ପାଇବାମାତ୍ରେ ଯାଇ ଦେଖିଲି ଯେ ସେ ଆଉ ନାହିଁ ….ା” ସାର୍ ଆଗକୁ ଆଉ କହିପାରିଲେନି, ଗଳାରୁଦ୍ଧ ହୋଇଗଲା । ମୁଁ ଅବାକ୍ ବିସ୍ମୟରେ ସାର୍ଙ୍କୁ ଚାହିଁରହିଲି । ସେ ନାଟକୀୟ ଢଙ୍ଗରେ ଚଟ୍କର ରୁମ୍ଭିତରକୁ ପଶିଗଲେ । ଭାରତ ବିଖ୍ୟାତ ସ୍ନାୟୁ ରୋଗ ବିଶେଷଜ୍ଞ ପ୍ରଫେସର ଡା. ସନାତନ ରଥ । କର୍ତବ୍ୟ ଭାରରେ ଚାପି ହୋଇ ଶତ ଇଚ୍ଛା ଥାଇ ବି ଓଡିଶାର ସୁଦୂର କୋଣର କେଉଁ ଏକ ସାଧାରଣ କିଶୋରୀଟିକୁ ଦେଖି ନପାରି, ତା’ ପାଇଁଏତେ ଦରଦ! ଏତେ ଶୋଚନା!! ଏତେ ଆତ୍ମଗ୍ଲାନୀ!!! ଅସଲ ଦୁଃଖହେଉଛି –‘ମେଡିକାଲକୁ ତ ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି, କିଏ ଭଲ ହୋଇ ଫେରୁଛି, କିଏବା ଶେଷ ନିଃଶ୍ୱାସ ତ୍ୟାଗ କରୁଛି । ଏ ଦୃଶ୍ୟ ତ ଡାକ୍ତର ମାନଙ୍କର ଦୈନନ୍ଦିନ ଦେହସୁହା ଘଟଣା! କିନ୍ତୁ ଝିଅଟିମୋ’ ପାଖରେ ଚିକିତ୍ସିତ ହେବାକୁ ଏତେ ଦୂରରୁ ଆସି ତିନିଦିନ ମୋତେ ଅପେକ୍ଷାକଲା; ତା’ ଜୀବନ୍ତ ଅବସ୍ଥାରେ ମୋତେ ଦେଖିପାରିଲାନି । ହେ ଉଦାର ହୃଦୟ । ହେବିଶାଳ ସମ୍ବେଦନ ଶୀଳ ପ୍ରକୃତ ମାନବିକତାର ଅଧିକାରୀ ମାନନୀୟ, ପୂଜନୀୟ ପ୍ର୍ରକୃତ ଚିକିତ୍ସକ! ସେଇ ପ୍ରଥମ ଓ ଶେଷ ଦର୍ଶନର ଛବି ପାଖାପାଖି ଅର୍ଦ୍ଧ ଶତାଦ୍ଦି ପରେ ବିମୋମନରେ ସତେଜ, ଜ୍ୱଳନ୍ତ ରହିଛି । ହେବ ଦେହୀ ଆତ୍ମା! ୍ଣମାର କୋଟି କୋଟି ପ୍ରଣାମ ସ୍ୱୀକାର ହେଉ ।
ସା : ତରାପୁର, ପୋ.ଅ.: ଲକ୍ଷ୍ମୀନଗର
ଜିଲ୍ଲା – ଯାଜପୁର ।
ମୋ : ୯୯୩୭୫୯୩୪୯୩