ମାସ୍କ ଦୁର୍ନୀତି ବିରୋଧରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ; ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର (ଓ୍ୱାଇଏନ୍‌ଏସ୍‌): କୋଭିଡ ସାମଗ୍ରୀ କିଣାରେ ଦୁର୍ନିତୀ ଅଭିଯୋଗ କୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ମାସ୍କ କିଣାରେ ଦୁର୍ନିୀତି ନେଇ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି । କରୋନା ପାଇଁ ମାସ୍କ କିଣାରେ ଦୁର୍ନୀତି ଅଭିଯୋଗରେ ଜିଲ୍ଲା କଂଗ୍ରେସ ର ବିକ୍ଷୋଭ । ଶୋଭାଯାତ୍ରା ବେଳେ ଜନସାଧାରଣଙ୍କୁ ଦୁର୍ନୀତି ବିଷୟରେ ଅବଗତ କରାଇଛି କଂଗ୍ରେସ । ଗଂଜାମ ଜିଲ୍ଲା କଂଗ୍ରେସ ଆଜି ମାସ୍କ କିଣା ମହାଦୁର୍ନୀତି ଅଭିଯୋଗରେ ଛତ୍ରପୁର ଠାରେ ଏକ ଶୋଭାଯାତ୍ରାରେ ବାହାରି ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହାର ତଦନ୍ତ ପାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁାଲଙ୍ଗେ ଜରିଆରେ ଓଡିଶାର ମାହମାହିମା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କିଣା ଯାଇଥିବା ମାସ୍କରେ ଦୁର୍ନ୍ନିତି ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । କରୋନା ଭଳି ମହାମାରୀ ବିପତ୍ତି ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ କିଛି ପ୍ରଶାସନିକ ଅଧିକାରୀ ମାନେ ଏହି ଦୁର୍ନିତିରେ ସାମିଲ ହୋଇଛନ୍ତି । ଏହାକୁ ତିବ୍ର ବିରୋଧ କରିଛି କଂଗ୍ରେସ । ଏଥିପାଇଁ ତୁରନ୍ତ ଯେଉଁମାନେ ଏଥିରେ ସଂପୃକ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗକୁ ଏହାର ସିବିଆଇ ତଦନ୍ତ କରିବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି l ଏହା ସହ ଜିଲ୍ଲାରେ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ରହୁଥିବା ମହିଳା ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଦିଆଯାଉନଥିବା ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ବରିଷ୍ଠ କଂଗ୍ରେସ ନେତା ତଥା ହିଂଜିଳି ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶମ୍ବୁ ନାଥ ପାଣିଗ୍ରାହୀ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଜୟ ସାହୁ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ଭାଗିରଥୀ ବେହେରା, ପିସିସି ଉପସଭାପତି ପ୍ରଭାତ ଚନ୍ଦ୍ର ସାମନ୍ତରାୟ, ଗଂଜାମ ଜିଲ୍ଲା ମହିଳା କଂଗ୍ରେସ କମିଟର ସଭାପତି ସ୍ୱରୂପା ତ୍ରିପାଠୀ , ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ବିଜୟରାଜ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ଟି.କ୍ରିାଷ୍ଣା ରେଡ୍ଡୀ, ସୁଦାମ ପୁରୋହିତ, ଏନ୍‌.ଗୁରୁନାଥ ରେଡ୍ଡୀ, ଟୁନା ଶତପଥୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ