ମାନସ ବେହେରା ପାଇଲେ ଓଏଏସ ଗଞ୍ଜାମ ବ୍ଳକ ପାଇଁ ଆଣିଲେ ଗୌରବ

ଗଞ୍ଜାମ, (ବିନୋଦ ପଲାଇ):ଦିନେ ଗଢୁଥିଲେ ଓଏଏସ, ଆଜି ନିଜେ ହୋଇଗଲେ ଓଏଏସ l. ସେ ହେଉଛନ୍ତି ଗଞ୍ଜାମ ବ୍ଳକର ସାନରାମଚନ୍ଦ୍ରପୂର ପଞ୍ଚାୟତର ଗୌରାଙ୍ଗ ପାଟଣା ଗ୍ରାମର ମାନସ କୁମାର ବେହେରା l ଯାହା ଗଞ୍ଜାମ ବ୍ଳକ ପାଇଁ ଆଣିଛନ୍ତି ଗୌରବ l ପିତା ମଧୁସୁଦନ ବେହେରା,ମାତା ସ୍ବର୍ଗତ ନକ୍ଷେତ୍ର ବେହେରାଙ୍କ ପୁଅ ମାନସ ଚଳିତ ଓଡିଶା ପ୍ରଶାସନିକ ସେବା (ଓପିଏସ ) ପରୀକ୍ଷାରେ ୪୪୪ ରେଙ୍କ ରଖିଥିବା ବେଳେ, ଏସିରେ ୧୮ରେଙ୍କ କୃତକାର୍ଯ୍ୟ ହୋଇଛନ୍ତି l ପିଲାଟି ବେଳୁ ମେଧାବୀ ଛାତ୍ର ଥିବା ମାନସ ବାମଦେବ ହାଇସ୍କୁଲ (ମଧୁର ଛୁଆଁ )ରେ ମ୍ୟାଟ୍ରିକ ଟପ୍ପର ହୋଇଥିଲେ l,ଯୁକ୍ତଦୁଇ ଓ ଯୁକ୍ତ ତିନି ବ୍ରହ୍ମପୁର ଖଲ୍ଲିକୋଟ କଲେଜ଼ ପାଠ ପଢି ପ୍ରଥମଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ l ପରେ ଏସଏମଆଇଟି ରେ ଏମବିଏ, ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପିଜି କରିଛନ୍ତି l ଏହା ସହ କ୍ରିକେଟରେ ନିଜର ସ୍ୱତନ ପରିଚୟ ସୃଷ୍ଟି କରିଥିବା ମାନସ ପିଲାବେଳୁ ସମାଜସେବା ପ୍ରତି ଆକୃଷ୍ଟ ହୋଇଥିଲେ l ବର୍ତମାନ ସେ ମାଗଣାରେ କୋଚିଂ ଦେଇ ଓଏଏସ ଗଢ଼ିଛନ୍ତି ବିଦ୍ୟାର୍ଥୀଙ୍କୁ l ଏବେ ସେ ବ୍ରହ୍ମପୁର ଓ ଖଲ୍ଲିକୋଟ ରେ ମାଗଣାରେ ଓଏଏସ ଓ ଷ୍ଟାପ ସିଲେକସନ ପାଇଁ ବିଦ୍ୟର୍ଥୀଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି lଏହି ସଫଳତା ପାଇଁ ଭଗବାନ ପରେ ବାପା, ମାଆ, ଶିକ୍ଷକ ଓ ଶୁଭେଛୁଙ୍କୁ ଓ ତାଙ୍କର ବିଦ୍ୟାର୍ଥୀଙ୍କୁ ସମର୍ପିତ କରିଛନ୍ତି l ବିଶେଷ କରି ତାଙ୍କର ଭଉଣୀ ଅଧ୍ୟାପିକା ତଥା ସମାଜସେବି ଡ଼.ରଞ୍ଜିତାବେହେରାଙ୍କ ପ୍ରୋତ୍ସାହ୍ନ ତାଙ୍କୁ ଆଗକୁ ଯିବା ପାଇଁ ମନବଳ ବୃଦ୍ଧି କରିଛି କହିବା ସହ,
ନିଷ୍ଠା, ଏକାଗ୍ରତା ଓ ସମୟାନୁ ବର୍ତ୍ତିତା, ରହିଲେ ସଫଳତା ମିଳେ l ବିଫଳତା ହେଲେ ଭାଙ୍ଗିନପଡ଼ି ନିଜ ଲକ୍ଷ୍ୟରେ ଆଗେଇବାକୁ ପଡି଼ବ ବୋଲି କହିଛନ୍ତି lଭବିଷ୍ୟତରେ ଆଇଏଏସ ଲକ୍ଷ ରଖିଥିବା ମାନସ କହିଛନ୍ତି, ସେ ଓଏଏସ ପାଇ ଯେତିକି ଖୁସି ହେବନି, ଯଦି ତାଙ୍କ ଅଞ୍ଚଳର ବିଦ୍ୟର୍ଥୀ ମାନେ ଅନୁପ୍ରାଣିତ ହୋଇ ଓଏଏସ ପାଇବେ ସେ ବେଶୀ ଖୁସି ହେବେ l ଏଥିପାଇଁ ନିଜ ଅଞ୍ଚଳର ଝିଅ ମାନଙ୍କୁ ଏଥିପ୍ରତି ଆଗହ କରିବା ପାଇଁ ତାଙ୍କର ଲକ୍ଷ ରହିଥିବା ବେଳେ, ପୂର୍ବପରୀ ବିଦ୍ୟାର୍ଥୀଙ୍କୁ ଦେଉଥିବା ମାଗଣାରେ ଓଏଏସ ଶିକ୍ଷା ଚାଲୁରହିବ ବୋଲି କହିଛନ୍ତି l ଭବିଷ୍ୟତରେ ଶିକ୍ଷାର ବିକାଶ ଏବଂ ଦୁର୍ନୀତିମୁକ୍ତ ସ୍ଵଛ ପ୍ରଶାସନ ତାଙ୍କର ପ୍ରଥମିକତା ରହିବା ସହ ସେବାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି l ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ