ମାପ ଓ ଓଜନ ବିଭାଗର ଚଡାଉ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ): ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବଙ୍କ ନିର୍ଦ୍ଦେଶରେ ଉପଖଣ୍ଡ ସ୍ତରୀୟ ପ୍ରଶାସନ ଏବଂ ମାପ ଓ ଓଜନ ବିଭାଗ ତରଫରୁ ମଙ୍ଗଳବାର କନିଷି ତହସିଲ ଅଞ୍ଚଳର ଡୁରା, କରାପଲ୍ଲୀ,ନାରାୟଣପୁର ଓ ଗୋଳାବନ୍ଧରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା ମାପ ଓ ଓଜନ ଯନ୍ତ୍ର ଗୁଡିକର ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ୪ଜଣ ବ୍ୟବସାୟୀ ନବୀକରଣ ନକରି ଓଜନ ଯନ୍ତ୍ର ବ୍ୟବହାର କରୁଥିବାବେଳେ ୩ଜଣ ବ୍ୟବସାୟୀ ଓଜନ ଯନ୍ତ୍ରର ସାର୍ଟିଫିକେଟ ବ୍ୟବସାୟ ପ୍ରତିଷ୍ଠାନରେ ଝୁଲାଇ ରଖିନଥିବାରୁ ସେମାନଙ୍କୁ ୨୫ହଜାର ଜୋରିମାନା ଆଦାୟ କରାଯାଇଥିଲା । ଏହି ଚଢାଉରେ ଭାରାପ୍ରାପ୍ତ ତହସିଲଦାର ଅନୀତା ସାହୁ, , ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ,ନୀରିକ୍ଷକ ସାଗରିକା ସାବତ ଅଂଶ ଗ୍ରହଣ କରିଥିଲେ ।