ମା’ବଉଳାଶୁଣୀ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଡେଞ୍ଜର ୧୧ ଚମ୍ପିୟନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ସର୍ବପ୍ରଥମ କରି ନିଳୋକ ହାଇସ୍କୁଲ ପାଶ୍ୱର୍ବର୍ତ୍ତୀ ପଡିଆ ଠାରେ ମା’ବଉଳାଶୁଣୀ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଜିଲା ଓ ଜିଲା ବାହାରୁ ୮ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରେ ୱାଇ.ଜେ.ସି ୧୧ ବନସ୍ତା, ଆର୍.କେ ୧୧ ସବଙ୍ଗ, ବିପ୍ଲବ ୱାରିୟର୍ସ ମଞ୍ଜୁରୀରୋଡ, ଡେଞ୍ଜର ୧୧ ବନ୍ତ, ବ୍ରଦର୍ସ ୧୧ ଶାଳପଡା, ମୁନ୍ ଷ୍ଟାର ୧୧, ପିନୁ ୧୧, ସାନୁଷ୍ଟାର ୧୧ ସାନବର୍ଚ୍ଚିକୟାଁ କ୍ରିକେଟ ଟିମ୍ ସାମିଲ ଥିଲେ । ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆର୍.କେ ୧୧ ସବଙ୍ଗ ଓ ବ୍ରଦର୍ସ ୧୧ ଶାଳପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆର୍.କେ ୧୧ ବିଜୟଲାଭ କରିଥିଲା । ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଡେଞ୍ଜର ୧୧ ବନ୍ତ ଓ ସାନୁ ୧୧ ସାନବର୍ଚ୍ଚିକୟାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡେଞ୍ଜର ୧୧ ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚ୍ ଡେଞ୍ଜର ୧୧ ବନ୍ତ ଓ ଆର୍.କେ ୧୧ ସବଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆର୍.କେ ୧୧ ସବଙ୍ଗ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତ ନେଇଥିଲା । ଡେଞ୍ଜର ୧୧ ବ୍ୟାଟି ଆରମ୍ଭ କରି ନିର୍ଦ୍ଧାରିତ ୫ ଓଭରରେ ୪ ଉଇକେଟ ହରାଇ ୫୦ ରନ୍ ସଂଗ୍ରହ କରିଥିଲା । ଜବାବରେ ଆର୍.କେ ୧୧ ସବଙ୍ଗ ୫ ଓଭରରେ ୩ ଉଇକେଟ ହରାଇ ୪୯ ରନ୍ କରି ପରାଜିତ ହୋଇଥିଲା । ମାଣିକ ସର୍ବାଧିକ ୨୬ ରନ୍ କରି ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ ଦି ସିରିଜ୍ ହୋଇଥିଲେ । ଶିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇ ଚମ୍ପିୟନ ଟ୍ରଫି ଓ ଶିକ୍ଷକ ରମେଶ ଚନ୍ଦ୍ର ପାଢୀ ରନର୍ସ ଅଫ ଟ୍ରଫି ପ୍ରଦାନ କରିଥିଲେ । ଉଦ୍ଘାଟନୀ ମ୍ୟାଚ୍ରେ ସମିତି ସଭ୍ୟା କମଳିନୀ ଆଚାର୍ଯ୍ୟ, ବନ୍ଦାଳ ହାଇସ୍କୁଲ କ୍ରୀଡା ଶିକ୍ଷକ ଦେବାଶିଷ ଆଚାର୍ଯ୍ୟ, ସମାଜସେବୀ ସୁଧିର କୁମାର ନାୟକ, ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଲକ କଂଗ୍ରେସ ଉପସଭାପତି ନିରଞ୍ଜନ ମଲ୍ଲିକ, ରାଜୀବ ଗାନ୍ଧୀ ଫାଉଣ୍ଡେସନର ଜିଲା ସଭାପତି ପ୍ରଦ୍ୟୁମ ଦାସ, ଯୁବନେତା ସ୍ମୃତି ରଞ୍ଜନ ସ୍ୱାଇଁ, ରାଜ କିଶୋର ପଣ୍ଡା, ସମାଜସେବୀ ମଣିଭଦ୍ର ବିଶ୍ୱାଳ, ହେମନ୍ତ ମହାପାତ୍ର, ପ୍ରମୋଦ କୁମାର ଜେନା, ଶାଳନିଆଁ ସରପଞ୍ଚ ଶ୍ରୀଧର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ଅମ୍ପାୟର ଭାବେ ଅଶୋକ କୁମାର ରାଉତ, ମନୋଜ କୁମାର ଜେନା, ଜଗବନ୍ଧୁ କର, ଗଜେନ୍ଦ୍ର ଲେଙ୍କା, ପ୍ରଭାତ ଜେନା, ମ୍ୟାଚ୍ ପରିଚାଳକ ଭାବେ ସେକ୍ ୟାକତ୍ ଅଲ୍ଲୀ, ମୁଖ୍ୟ ପରିଚାଳକ ଭାବେ ସଞ୍ଜୟ କୁମାର ମଜୁମଦାର, ଭାଷ୍ୟକାର ଭାବେ ତାରା ଶଙ୍କର ବେହେରା, ଆଝାରୁଦ୍ଦୀନ, ସୁଶାନ୍ତ ଜେନା, ସ୍କୋରର ଭାବେ ଚିତ୍ତ ରଞ୍ଜନ ଦାଶ, ବିଜୟାନନ୍ଦ ଦାସ, ରମେଶ ଚନ୍ଦ୍ର ପାଢୀ, ଅର୍ଜ୍ଜୁନ ଚରଣ ଲେଙ୍କା ଦାୟୀତ୍ୱ ତୁଲାଇଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ରାଜେଶ କୁମାର ଦାସ, ଦେବାଶିଷ ନାୟକ, ଜ୍ୟୋତି ରଂଜନ ଦାଶ, ରଶ୍ମି ରଂଜନ ରାଉତ, ଦେବାଶିଷ ଦାଶ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।