ମାରଦା ମନ୍ଦିର ପରିସରରେ ମହୋତ୍ସବ ପ୍ରସ୍ତୁତି ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ଫେବୃଆରୀ ମାସ ୧୦, ୧୧ ଓ ୧୨ ତାରିଖ ୩ ଦିନ ଧରି ହେବାକୁ ଥିବା ପୋଲସରାରେ ପ୍ରସିଦ୍ଧ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଜାନୁଆରୀ ୨୪ ତାରିଖ ମଙ୍ଗଳବାର ଦିନ ମଥୁରା ନିକଟସ୍ଥ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପ୍ରାଙ୍ଗଣରେ ମହୋତ୍ସବକୁ କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଧାୟକ ତଥା ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ତଥା ମାରଦା ମହୋତ୍ସବ କମିଟିର ସଭାପତି ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ଥିବା ଏହି ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ଧ୍ବଜାକୁ ସର୍ବତ୍ର ପ୍ରସିଦ୍ଧି ଆଣିବାକୁ ନେଇ ମାରଦା ମହୋତ୍ସବର ତୃତୀୟ ପ୍ରସ୍ତୁତି ବୈଠକରେ ମନ୍ତ୍ରୀ ଶ୍ରୀ ସାହୁ ଆହ୍ଵାନ ଦେଇଥିଲେ । ତିନି ଦିନ ଧରି ଆଡ଼ମ୍ବର ସହ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ନିମନ୍ତେ ବିଭିନ୍ନ ବିଭାଗ ପାଇଁ ସଭ୍ୟ ଚୟନ କରାଯାଇଥିଲା । ସଂଯୋଜନା କମିଟିର ସଂଯୋଜକ ଭାବେ ପ୍ରଫୁଲ୍ଲ କୁମାର ପ୍ରଧାନ, ଅଭ୍ୟର୍ଥନା କମିଟିର ସଂଯୋଜକ ଭାବେ ରାଧାଶ୍ୟାମ ପଣ୍ଡା, ସାଂସ୍କୃତିକ କମିଟିର ସଂଯୋଜକ ଭାବେ ସୁକାନ୍ତି ସାହୁ,ପଦର୍ଶନୀ କମିଟିର ସଂଯୋଜକ ଭାବେ ମୋତିରାମ ସାହୁ, ସମ୍ବର୍ଦ୍ଧନା କମିଟିର ସଂଯୋଜକ ଭାବେ ପୀତବାସ ପ୍ରଧାନ, ସ୍ମରଣିକା କମିଟିର ସଂଯୋଜକ ଭାବେ ପୁରୁଷୋତ୍ତମ ନନ୍ଦଙ୍କୁ ମନୋନୀତ କରାଯାଇଥିଲା । ଏନେଇ ପୋଲସରା ଏନ୍ଏସି କାର୍ଯ୍ୟାଳୟର ବୈଠକ ଗୃହରେ ମହୋତ୍ସବ କମିଟିର ଅସ୍ଥାୟୀ କାର୍ଯ୍ୟାଳୟ ଖୋଲିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ସଂସ୍କୃତି ସହ ଜଡ଼ିତ ଏକ ସ୍ମରଣିକା ପ୍ରକାଶ କରିବା ନିମନ୍ତେ ସ୍ଥିର କରାଗଲା। ଶାନ୍ତି ଶୃଙ୍ଖଳା ସହ ମହୋତ୍ସବ ଆୟୋଜନ ଉପରେ ମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ। ବୈଠକରେ ମଥୁରା ମହନ୍ତ ସୁନ୍ଦର ରାମ ଦାସ ମହାରାଜ, ପୋଲିସ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ , ତହସିଲଦାର ଭାସ୍କର କୁମାର ସାହୁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ସାଂସଦ ପ୍ରତିନିଧି ମୋତିରାମ ସାହୁ, ପ୍ରତାପ କୁମାର ପ୍ରଧାନ ଓ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ଘନଶ୍ୟାମ ଦାସ, ପବିତ୍ର କୁମାର ନାୟକ କଲେଜ ଅଧ୍ୟକ୍ଷ ଡ଼ଃ ଦିବାକର ମିଶ୍ର, ଡାକ୍ତର ଲଳିତ ମୋହନ ରଥଙ୍କ ସମେତ ନିର୍ବାଚିତ ପ୍ରତିନିଧି, ସ୍ବେଛାସେବୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ