ମା ଉକୁଳେଇଙ୍କ ଜନ୍ମ ମହୋତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ)ପୁରୀ ଜିଲ୍ଲା ଅସ୍ତରଙ୍ଗର ଅଧିଷ୍ଠାତ୍ରୀ ଦେବୀ ମା’ଉକୁଲେଇ ଙ୍କ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି। କରୋନା ପାଇଁ ୨ ବର୍ଷ ମା’ଙ୍କ ସିଦ୍ଧ ପୁଷ୍କରିଣୀରେ ଚାପ ଖେଳ ହୋଇନଥିଲା ।ଚଳିତ ବର୍ଷ ମା’ଙ୍କ ସ୍ବପ୍ନାଦେଶ ହୋଇ ନଥିବାରୁ ମା’ଉକୁଲେଇଙ୍କ ସିଦ୍ଧ ପୁଷ୍କରିଣୀରେ ଚାପ ଖେଳ ହୋଇନଥିଲା। ନୀତି ଅନୁଯାୟୀ ମା’ ଉକୁଲେଇଙ୍କ ପୀଠରେ ଜନ୍ମ ମହୋତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଥିଲା ।ଏଥି ପାଇଁ ରାଜ୍ୟର କୋଣ ଅନୁକୋଣରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମା’ଙ୍କ ନିକଟରେ ମାନସିକ କରି ଗୁଆ ଓ କଳସି ବସାଇଲେ ଯେକୌଣସି ଦୁରାରୋଗ୍ୟ ସହ ବିଭିନ୍ନ ମାନସିକ ପୁରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି l ଏହି ଅବସରରେ ଶନିବାର ଠାରୁ ତ୍ରିବେଣୀ ଯାତ୍ରାପାଇଁ ସ୍ଥାନୀୟ ଅଗ୍ରଣୀ ଯୁବ ଅନୁଷ୍ଠାନ ସିଦ୍ଧେଶ୍ୱର କ୍ଲବ ଆନୁକୂଲ୍ୟରେ ଅପେରା ଓଁ ଶ୍ରୀ ଗଣନାଟ୍ୟ ପକ୍ଷରୁ ଯାତ୍ରା ପରିବେଷଣ କରାଯାଉଛି l ଉକ୍ତ ନାଟକ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଅସ୍ତରଙ୍ଗର ଯୁବ ସମାଜସେଵୀ ତଥା ପୂର୍ବତନ ସମିତି ସଭ୍ୟ ଦିବାକର ଛାଟୋଇ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଦୁଷ୍ମନ୍ତ ପରିଡା, କେନ୍ଦ୍ରାପଟୀ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା କାଣ୍ଡି, ପଣ୍ଡିତ କାଳନ୍ଦୀ ଚରଣ ଛାଟୋଇ ପ୍ରମୁଖ ଯୋଗ ଦେଇଥିଲେ l ମଞ୍ଚ ପରିଚାଳନା କରିଥିଲେ କ୍ଲବର ସମ୍ପାଦକ ପ୍ରଭାକର ନାୟକ l ଆୟୋଜକ କ୍ଲବର ଉପସଭାପତି ସୁଦୀପ୍ତ ରାଉତ, ସଚ୍ଚିଦାନନ୍ଦ ନାୟକ, ଦେବେନ୍ଦ୍ର ସ୍ୱାଇଁ, ଉଲ୍ଲାସ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ l ମଙ୍ଗଳବାର ଦିନ ଯାତ୍ରା ପରିବେଷଣ ଓ ମା ଙ୍କ ବାର୍ଷିକ ଉତ୍ସବ ଶେଷ ହେବ ବୋଲି ଅନୁଷ୍ଠାନର ସଭାପତି ଅଶ୍ୱିନୀ ମହାନ୍ତି ପ୍ରକାଶ କରିଛନ୍ତି l ମା ଙ୍କ ପୀଠ ଠାରେ ଅସ୍ତରଙ୍ଗ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯାଇଛି l


