ମା’ ବୁଢି ବାସୁଳେଇ କ୍ଲବର ନୂତନ ଗୃହ ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ମାଧପୁର ଗ୍ରାମର ମା’ବାସୁଳେଇ କ୍ଲବର ନବ ନିର୍ମିତ ଗୃହ ଆଜି ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବ ପରିସରରେ ୧୦ନମ୍ବର ୱାର୍ଡର କାଉନସିଲର ରଶ୍ମିତା ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଆଞ୍ଚଳିକ ପାଣ୍ଠିରେ ନିର୍ମିତ ମା’ ବାସୁଳେଇ କ୍ଲବର ନବ ନିର୍ମିତ ଗୃହକୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ପୈାରାଧ୍ୟକ୍ଷା ସରିତା ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଆଜି ସକାଳୁ ଉଦଘାଟନୀ ଫଳକରେ କାଉନସିଲରଙ୍କ ନାମ ଲେଖାଯାଇନଥିଲା । ଏସମ୍ପର୍କରେ ଜଣାପଡିବା ପରେ ସାଧାରଣରେ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ଖବର ପାଇ ଦଳୀୟ ସଭାପତିଙ୍କ ଠାରୁ ଆରମ୍ଭ କରି ବିଧାୟକ, ପୈାରାଧ୍ୟକ୍ଷା ସମସ୍ତେ ଏଭଳି କାର୍ଯ୍ୟର ନାପସନ୍ଦ କରିବାରେ ପୁଣି ସେହି ଫଳକରେ କାଉନସିଲରଙ୍କ ନାମ ଲେଖାଯାଇଥିଲା । ଏହାଦ୍ୱାରା ଦଳରେ କାଉନସିଲରଙ୍କ ଦବ୍‌ଦବା ରହିଥିବା ପୁଣି ଥରେ ପ୍ରମାଣିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ସାହି କମିଟି ସଭାପତି କୁଳମଣୀ ବେହେରା, ସମ୍ପାଦକ ହରିଲାଲ ଅଗ୍ରୱାଲ, କ୍ଲବର ପ୍ରତିଷ୍ଠାତା ସଭାପତି ସଚ୍ଚିଦାନନ୍ଦ ବେହେରା, ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂହ, ଚକ୍ରଧର ସାହୁ, ନରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମନୋରଞ୍ଜନ ସାହୁ, ବୀରକିଶୋର ସାହୁ, ସତ୍ୟଜିତ ରାୟ, ମନୋଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ