ମା ମଙ୍ଗଳା ଙ୍କ ମନ୍ଦିର ସମ୍ମୁଖରେ ବିଶ୍ୱହିନ୍ଦୁ ପରିଷଦର ବିକ୍ଷୋଭ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ମା ମଙ୍ଗଳା ମନ୍ଦିର ସମ୍ମୁଖରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ବର୍ବୋରଚିତ ଆକ୍ରମଣ, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ,ଜିଲ୍ଲା ସହ ସମ୍ପାଦକ ରଘୁନାଥ ମହାପାତ୍ର, ଜିଲ୍ଲା ଗୋ ସୁରକ୍ଷା ପ୍ରମୁଖ ମିହିର ରଞ୍ଜନ ଦୀକ୍ଷିତ ପ୍ରମୁଖ ଯୋଗଦେଇ ଅଣ ହିନ୍ଦୁ ମାନଙ୍କ ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ । ଦେଶ ବାହାରେ ଓ ଦେଶର ଜାମ୍ମୁ କାଶ୍ମୀର, ନାଗା ସନ୍ୟାସୀ, ହିନ୍ଦୁ ସନ୍ଥ ମାନଙ୍କ ଉପରେ ଅଣହିନ୍ଦୁ ମାନଙ୍କ ସଙ୍ଘବଦ୍ଧ ଆକ୍ରମଣକୁ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ଅଣହିନ୍ଦୁ ମାନଙ୍କ ଆଚରଣ ଓ ଉଚ୍ଚାରଣକୁ ବିଶ୍ୱ ହିନ୍ଦୁ ପରିଷଦ ବରଦାସ୍ତ କରିବ ନାହିଁ ବୋଲି ଚେତାବନୀ ଦିଆଯାଇଥିଲା। ସମସ୍ତ ହିନ୍ଦୁ ଭାଇ ଓ ଭଉଣୀ ମାନେ ଏକଜୁଟ ହୋଇ ବିଶ୍ୱହିନ୍ଦୁ ପରିଷଦର ସଂଗଠନକୁ ସୁଦୃଢ କରିବା ପାଇଁ ରାଜ୍ୟ କର୍ମକର୍ତ୍ତା ମାନେ ଆହ୍ୱାନ ଦେଇଥିଲେ । ବିକ୍ଷୋଭ କାର୍ଯ୍ୟକ୍ରମ ରେ କାକଟପୁର ଅଞ୍ଚଳର ବିରଞ୍ଚି ନାରାୟଣ ଦାଶ, ମଙ୍ଗରାଜ ରଣା, କୈଳାଶ ଚନ୍ଦ୍ର ନାୟକ, ତାପସ ଦୀକ୍ଷିତ, ପ୍ରାନ ଦୀକ୍ଷିତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


