ଲକ୍ଷ୍ମୀ ପୂଜାରେ କରୋନା ଦୂରାଇବା ପାଇଁ ଆହୂତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପୋଖରୀପୁଟ୍‌ସ୍ଥିତ ମା’ ଭୁଆଷୁଣୀ ୟୁଥ୍ ଟ୍ରଷ୍ଟ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଅନନ୍ତ ବିହାର ବିଡିଏ କେଲାନୀଠାରେ ଶାରଦୀୟ ଲକ୍ଷ୍ମୀ ପୂଜା ମହାସମାରୋହରେ ଚାଲିଛି । ଚଳିତ ବର୍ଷ କରୋନା କଟକଣାରେ ସିମିତି ଲୋକଙ୍କୁ ନେଇ ପୂଜା କରାଯାଉଛି । ରାଜ୍ୟରୁୁ କରୋନା ଦୂରାଇବା ପାଇଁ ପୂଜାରେ ଆହୁତି ଦିଆଯାଉଛି ବୋଲି ଅନୁଷ୍ଠାନର ସଭାପତି ଶ୍ରୀବଲ୍ଲଭ ସାମନ୍ତରାୟ ସୂଚନା ଦେଇଛନ୍ତି । ସେହିପରି କରୋନାରୁ ଦୂରାଇ ରହିବା ଓ ସେ ସମ୍ପର୍କରେ ସଚେତନ କରାଯାଉଛି ବୋଲି ପୂର୍ବତନ କର୍ପୋରେଟର ତଥା ଟ୍ରଷ୍ଟର ଉପଦେଷ୍ଟା ହୃଦୟ ବଲ୍ଲଭ ସାମନ୍ତରାୟ କହିଛନ୍ତି । ସରକାରଙ୍କ କଟକଣାକୁ ମାନି ୪ଫୁଟିଆ ମୂତି କରାଯିବା ସହ ୪ପଟୁ ବନ୍ଦ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ