ମିଥ୍ୟା ଖବର ପ୍ରସାର କଲେ ୱାଟସଆପ୍ କରୁଛି ନମ୍ବର ବ୍ଲକ
ଦେଶ ମାନଙ୍କ ମଧ୍ୟରେ ଭାରତରେ ଅତ୍ୟଧିକ ଲୋକ ୱାଟସଆପ ବ୍ୟବହାର କରୁଛନ୍ତି । ୱାଟସଆପ ବନ୍ଦ କରିବା ପାଇଁ ନାନା କଳ୍ପନା ଜଳ୍ପନା ଚାଲିଥିଲା । ୱାଟସଆପ ଫେସବୁକ ଦାଇତ୍ୱ ବହନ କରିବା ପରେ ୱାଟସଆପରେ କିଛି ସୁଦ୍ଧାର ଆସିଛି । କିନ୍ତୁୂ ବର୍ତ୍ତମାନ ୱାଟସଆପରେ ମିଥ୍ୟା ଖବର ପ୍ରସାର କଲେ ୱାଟସଆପ ନମ୍ବର ଗୁଡିକୁ ବ୍ଲକ କରିଦେଉଥିବା କଥା କୁହାଯାଉଛି ଓ ଜାତୀୟ ଗଣମାଧ୍ୟମ ରେ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି । ନିର୍ବାଚନ କମିସନରଙ୍କ ନିର୍ଦେଶ କ୍ରମେ ଏପରି କରାଯାଇଥିବା କଥା ୱାଟସଆପ କର୍ତ୍ତୁପକ୍ଷ ସୁଚନା ଦେଇଛନ୍ତି । ଏହା କେତେ ଦିନ ପର୍ଯ୍ୟନ୍ତ ଏ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ କର୍ତ୍ତୁପକ୍ଷଙ୍କ ଠାରୁ କିଛି ସୁଚନା ମିଳିନାହିଁ ।


