ମିଳୁନି ଅନୁଦାନ, ଅଧାପନ୍ତରିଆ ଭାବେ ପଡିରହିଲା ଓମବାଡସି ଅନୁଦାନରେ ନିର୍ମିତ ଶ୍ରେଣୀଗୃହ

ହାଟଡ଼ିହି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ଓମବାଡସି ଅନୁଦାନରେ ବିଭିନ୍ନ ସ୍କୁଲର ଶ୍ରେଣୀଗୃହ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେଇଥିବାବେଳେ ପରବର୍ତ୍ତୀ ଅନୁଦାନ ଆସୁ ନଥିବାରୁ ଏହି ଯୋଜନାରେ ନିର୍ମାଣ କରାଯାଇଥିବା ଶ୍ରେଣୀଗୃହ ଗୁଡିକ ଅଧାପନ୍ତରିଆ ଭାବେ ପଡି ରହିଛି । ଖବରରୁ ଜଣାଯାଇଛି ଯେ ହାଟଡିହି ବ୍ଲକରେ ଗତ ୨୦୨୧ଜୁନ ମାସରେ ୧୦୩ଟି ଶ୍ରେଣୀଗୃହ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬କୋଟି ୫୧ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ୧୦୩ଟି ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ ପାଇଁ ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତ କରାଯାଇ କାମ ଆରମ୍ଭ କରାଯାଇଥିଲା । କିନ୍ତୁ ଠିକାଦାର ମାନେ ଏଷ୍ଟିମେଟ ଅନୁଯାଇ କାମ କରିବାପରେ ବିଲ ପାଉ ନଥିବାରୁ କାମ ଗୁଡଡିକ ଅଧାପନ୍ତରିଆ ଭାବେ ପଡି ରହିଛି । କେଉଁଠି ଘରର ଛାତ ପକା ଯାଇଛି ତ ଆଉ କେଉଁଠି ଛାତ ପଡିପାରି ନାହିଁ । ଯେତିକି ବି କାମ କରିଛନ୍ତି ତାର ପାଉଣା ପାଇପାରୁ ନଥିବାରୁ ଠିକାଦାର ମାନେ ଆଉ କାମ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି । ଏ ସମ୍ପର୍କରେ କେହିବି କିଛି କହିପାରୁ ଏହି ଶ୍ରେଣୀଗୃହ ଗୁଡିକ ସମ୍ପୁର୍ଣ୍ଣ ହେବ ନା ଏହିପରି ଅଧାପନ୍ତରିଆ ହୋଇ ପଡି ରହିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଅନେକ ବିଦ୍ୟାଳୟରେ ଏହି ଶ୍ରେଣୀଗୃହ ନିର୍ମାଣ ହେବାପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଶା କରିଥିଲେ ଯେ ଯାହା ହେଉ ଶ୍ରେଣୀଗୃହ ସମସ୍ୟା ଏଥର ଦୁର ହୋଇଯିବ । କିନ୍ତୁ ସେମାନଙ୍କର ସେହି ଆଶା ଆଶରେ ହିଁ ରହିଗଲା । ରାଇଘାଟି ସ୍କୁଲରେ ଏହି ଅନୁଦାନରେ ଘର ନିର୍ମାଣ ହୋଇଥିବାବେଳେ ଘରର ଛାତ ପଡି ପାରି ନଥିବା ବେଳେ ଶ୍ରେଣୀଗୃହ ଅଭାବରୁ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ବ୍ଲକ କର୍ତ୍ତୁପକ୍ଷଙ୍କୁ ପଚାରିବାରେ ଏହା ଜିଲ୍ଲାର ସମସ୍ୟା ନୁହଁ ରାଜ୍ୟର ସମସ୍ୟା, ଅ÷ନୁଦାନ ପାଇଁ ଚିଠି ଲେଖା ଯାଇଛି ଆସିଲେ ଯାଇ କାମ ଗୁଡିକୁ ତ୍ୱରାନ୍ୱିତ କରାଯିବ ବୋଲି ସହକାରୀଯନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ