ମିଳୁନି ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର, ଅଗ୍ନିବୀର ଆଶାୟୀ ହତାଶ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଏବେ ଅଗ୍ନିବୀର ପାଇଁ ଆବେଦନ କରିବାକୁ ଥିବା ଆଶାୟୀ ମାନେ ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର ପାଇବାକୁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ତହସିଲ ଠାରୁ ଆରମ୍ଭ କରି ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନିରାଶ ହେଉଛନ୍ତି। ଅଗ୍ନିବୀର ପାଇଁ ଆବେଦନ କରିବାର ସମୟ ଶେଷ ହୋଇ ଆସୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ସେମାନଙ୍କୁ ନିରାଶ କରିଛି। ଆଜି ମଧୁରଗଡ଼ିଆ ଗ୍ରାମର ଚନ୍ଦନ କୁମାର ଦାସ, ନୂଆଗାଁ ଗ୍ରାମର ଶମ୍ବୁନାଥ ଜେନା, ସତ୍ୟଜିତ ବେହେରା, ପଦ୍ମନାଭ ଜେନା, ଶାଳକଣିଆ ଗ୍ରାମର ଟୁନା ଦାସ, ଅନୀଲ କୁମାର କରଙ୍କ ସମେତ ଅନେକ ପିଲା ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର ପାଇଁ ଅସିଥିବା ବେଳେ ହାଟଡ଼ିହି ତହସିଲଦାର ସେମାନଙ୍କୁ ଫେରାଇ ଦେଇଥିଲେ। ତୁମେ ଆର, ଆଇ ପାଖରୁ ଲେଖିକରି ଆଣିବା ପରେ ଯାଇ ମୁ ସେଥିରେ ଦସ୍ତଖତ କରିବି ବୋଲି କହିଥିଲେ। ଏହି ପିଲାମାନଙ୍କ କହିବା କଥା ଯେ ଅଗ୍ନିବୀର ଆବେଦନ କରିବା ପାଇଁ ଆଉ ମାତ୍ର ୪ ଦିନ ବାକି ଥିଲାବେଳେ ଆମେ ୪/୫ ଦିନ ହେଲା ଆସିକି ଫେରୁଛୁ। ଆମ ପାଖରେ ଅନ ଲାଇନ ରେ ପାଇଥିବା ବାସସ୍ଥାନ ପ୍ରମାଣପତ୍ର ଅଛି । ଯାହାକି ତହସିଲଦାର ଙ୍କ କାର୍ଯ୍ୟାଳୟ ରୁ ଜସେବା କେନ୍ଦ୍ର ମାଧ୍ୟମରେ ମିଳିଛି। କିନ୍ତୁ ଏବେ ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର ପାଇଁ ଗଲାବେଳକୁ ସମସ୍ତେ ଫେରାଉଛନ୍ତି। ଆର. ଆଇ ଅଫିସ ଯାଇଥିଲୁ ସେଠିକାର ଆର. ଆଇ କହିଲେ କି ତହସିଲଦାର ଆମକୁ ଚିଠି ନକଲେ ଆମେ ଦେବୁ କିପରି। ତହସିଲ ଆସିବାବେଳକୁ ତହସିଲଦାର କହୁଛନ୍ତି ଆର ଆଇ ପାଖରୁ ଲେଖିକି ଆଣ, ତେଣୁ ଆମେ କରିବୁ କଣ ବୋଲି ଏହି ଯୁବକ ମାନେ ପ୍ରଶ୍ନ କରିଛନ୍ତି। ଆଜି ଅନେକ ସମୟଧରି ଅଧିକାରୀ ଙ୍କ ନିକଟରେ ସେମାନେ ଗୁହାରି କରି କରି ନିରାଶ ହୋଇ ଫେରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଦିଲୀପ କୁମାର ସାହୁଙ୍କୁ ପଚାରିବା ରେ ସେ କହିଛନ୍ତି ଯେ କାଳେ କିଏ ଭଡାଘରେ ରାହୁଥିବେ ଆମେ ଜାଣିବୁ କିପରି, ତେଣୁ ଆର ଆଇ ପାଖରୁ ରିପୋର୍ଟ ଆଣିଲେ ମୁ କରିଦେବି। ଅନେକ ବି ସେହିପରି ନେଲେଣି । ଯଦି କେଉଁ ଆର. ଆଇ କରୁ ନାହାନ୍ତି ମୁ ଆଜି ସମସ୍ତଙ୍କୁ ଜଣାଇ ଦେଉଛି, ସେମାନେ ଏଥିରେ ସହଯୋଗ କରି ତୁରନ୍ତ ସେମାନଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ