ମୁକ୍ତାକାଶ ପାଠାଗାର ଶ୍ରଦ୍ଧାର୍ପିତ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ରାଜଧାନୀ ବୌଦ୍ଧିକ ସମାବେଶ ପକ୍ଷରୁ ଏକ ଅଭିନବ ପଦକ୍ଷେପ ସ୍ୱରୂପ ଜନ ଜାଗ୍ରତ ଉଦ୍ଦେଶ୍ୟରେ ମୁକ୍ତାକାଶ ପାଠାଗାର ଶ୍ରଦ୍ଧାର୍ପିତ ହୋଇଛି । କୃତି ଛାତ୍ରୀ, ନୃତ୍ୟାଙ୍ଗନା ତଥା ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ସୁଶ୍ରୀ ଅଙ୍କିତାଙ୍କ ଦ୍ୱାରା ଏହି ମୁକ୍ତାକାଶ ପାଠାଗାର ରାଜାଛକ, ମହାତ୍ମାଗାନ୍ଧୀ ମାର୍ଗ, ଭୁବନେଶ୍ୱରଠାରେ ରବିବାର ସକାଳେ ଉଦ୍‌ଘାଟନ ହୋଇଥିଲା । ଏହି ଉଦ୍‌ଘାଟନୀ ଉତ୍ସବରେ ରାଜଧାନୀ ବୌଦ୍ଧିକ ସମାବେଶର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସଭାପତି କମଳ ଲୋଚନ ବିଶ୍ୱାଳ, ଉପସଭାପତି ସୌଭାଗ୍ୟ ରଂଜନ ମହାନ୍ତି, ସାଧାରଣ ସଂପାଦକ ଶେଷାଶିଷ ସାହୁ, ସଂପାଦକ ରାହୁଲ କୁମାର, ମୁଖପାତ୍ର ବିଜୟ କୁମାର ଖୁଂଟିଆ କୋଷାଧ୍ୟକ୍ଷ ଶରତ କୁମାର ରାଉତ, ଆବାହାକ ଅଗ୍ନିବେଶ ସ୍ୱାଇଁ, ଅରୁପ କୁମାର ମହାପାତ୍ର, ସଞ୍ଜିବ କୁମାର ପଣ୍ଡା, ସୁବ୍ରତ କୁମାର ସିଂହ, ଋତୁରାଜ ପଟ୍ଟନାୟକ, ସୁନୀଲ କୁମାର ନାୟକ, ପ୍ରଦୋଷ ପରିଡା, ଜ୍ୟୋତିଷ ବିଦ୍ୟାଧର ଛୋଟରାୟ, ବିଜୟ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ମୁକ୍ତାକାଶ ପାଠାଗାରରେ ଓଡ଼ିଶାର କୋଣ ଅଣକୋଣରେ ପ୍ରକାଶିତ ଦୈନିକ, ସାପ୍ତାହିକ ଗାଳ୍ପିକ ଓ ମାସିକ ପତ୍ରିକା ଗୁଡିକ ପ୍ରଦର୍ଶିତ ହେବ । ସମସ୍ତ ପାଠକମାନଙ୍କ ପାଇଁ ଏହା ଦେଓମୁକ୍ତ ରହିବ ବୋଲି ଉପଦେଷ୍ଟା ଶ୍ରୀ ଶତପଥୀ ଘୋଷଣା କରିଛନ୍ତି । ପ୍ରଥମ ପଦକ୍ଷେପ ସ୍ୱରୁପ ସମାବେଶ ପକ୍ଷରୁ ଗରିବ ପ୍ରତିଭାବାନ ବିଦ୍ୟାର୍ଥୀଙ୍କ ପାଇଁ ଦେଓମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଉପଦେଷ୍ଟା ଶ୍ରୀ ଶତପଥୀ ଘୋଷଣା କରିଥିଲେ । ଏହାପରେ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟାମାନ ସମୟାନୁ କ୍ରମେ ଘୋଷଣା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ