ମୁଖ୍ୟମନ୍ତ୍ରୀଙ୍କ କଣାସ ଗ୍ରସ୍ତପାଇଁ ପ୍ରସ୍ତୁତି ବୈଠକ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): ଆସନ୍ତା ଜାନୁଆରୀ ୧୬ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କଣାସ ବ୍ଲକ କାର୍ଯ୍ୟକ୍ରମ ରହିଛି, ଏହାର ଅବ୍ୟବହିତ ପୂର୍ବରୁ ଆଜି ମନ୍ଦାରବସ୍ତ ଠାରେ ଦଳ ପକ୍ଷରୁ ଆୟୋଜିତ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି, ଏହି ବୈଠକରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗଦେଇଥିଲେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ନେଇ ଦଳ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ଓ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲୋଚନା କରିଥିଲେ, ଏଥି ସହିତ ଖନନ ହେବାକୁ ଥିବା ଦୟା ଓ ଲୁଣା ନଦୀର ପାରିପାର୍ଶ୍ବିକ ଅବସ୍ଥିତିକୁ ନେଇ ସମୀକ୍ଷା କରିଥିଲେ। ବିଧାୟକଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। କାଳକ୍ରମେ ଦୟା ନଦୀ ପୋତି ହୋଇଯିବା ଫଳରେ ପାନୀୟ ଜଳ ସହିତ ଜଳସେଚନର ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ଚାଷୀ। ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ମଧ୍ୟ ସଙ୍କଟରେ। ଏହି ଅସୁବିଧାକୁ ଦୂର କରିବାପାଇଁ ଚଳିତ ବିଧାନସଭା ରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଅନୁରୋଧ କରିଥିଲେ। ଏହି ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ କଣାସ ଗ୍ରସ୍ତ ରେ ଆସିବା ପାଇଁ ସମ୍ମତି ପ୍ରକାଶ କରିଥିବା ଜଣାପଡିଛି।


