ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୩ତମ ଜନ୍ମ ଦିବସ ପାଳିତ
ବାଲେଶ୍ୱର-(ଯୁଗାଦ୍ଦନ୍ୟୁଜ) ବିଜେଡି ପକ୍ଷରୁ ପାଳନ କରାଯାଇଛି । ଏହି ଅବସରରେ ସକାଳେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଛାଡେଶ୍ୱରୀ ମନ୍ଦିରରେ ପୂଜାଅର୍ଚ୍ଚନା କରାଯାଇଥିଲା । ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ମୁଖ୍ୟମନ୍ତ୍ରୀ ଙ୍କ ଦୀର୍ଘକାମନା କରି ୭୩ ଟି ଦୂପ ଦାନ କରିଥିଲେ । ତାଙ୍କ ସହିତ ସମସ୍ତ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ପରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା । ଏହି ରକ୍ତ ଦାନ ଶିବିରକୁ ଜିଲ୍ଲାସଭାପତି ଉଦ୍ଘାଟନ କରିଥିଲେ । ତାଙ୍କ ସହିତ ରେମୁଣା ବିଧାୟକ ସୁଧାଶଂ ପରିଡା,ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର,ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ,ର ପୂର୍ବତନ ପୌରାଦକ୍ଷ ଆଲୋକ କୁମାର ସାହୁ ଙ୍କ ଅନ୍ୟ ନେତା କର୍ମୀମାନେ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ୩୩୦ ୟୁନିଟି ରକ୍ତ ସଂଗୃହୀତ ହୋଇଥିଲା । ଏହି ଅବସରେ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ ଙ୍କ ସୁସ୍ଥ ନିରାମୟ କାମନା କରି ସହିତ ଓଡିଶାର ସାମଗ୍ରିକ ବିକାଶ ପାଇଁ ତାଙ୍କର ଯୋଜନାଗୁଡିକ ଆମ ମାନଙ୍କ ମାଧ୍ୟମରେ କିପରି ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିପା ରିବ ସେ ଦିଗରେ ଆମେ ଚେଷ୍ଟା କରିବା ଉଚିତ୍ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସଦର ବ୍ସକ ଅଧକ୍ଷ ନାରୟଣ ପ୍ରଧାନ,ଆଶିଶ ଘୋଷ, ସଲିମ ରାଜା,ସମେତ ବହୁ ମହିଳା,ଯୁବ,ଛାତ୍ର ଓ ବହୁ ଦଳୀୟ କର୍ମକର୍ତ୍ତା ଯୋଗଦେଇଥିଲେ ।