ମୁଖ୍ୟମନ୍ତ୍ର ଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଜାରିଙ୍ଗ ଜଙ୍ଗଲରେ ଗତ ୧୪ ତାରିଖ ଦିନ ଦ୍ୱିପ୍ରହରରେ ଭବାନୀପାଟଣାରୁ କାମ ସାରି ବସ୍ ନ ପାଇ ନିଜର ଜଣେ ଚିହ୍ନା ପରିଚିତ ଲୋକଙ୍କ କାର୍ ଫେରୁଥିବା ଜନୈକା ଏ.ଏନ୍.ଏମ୍ ଛାତ୍ରୀଙ୍କୁ ୬ ଜଣ ଯୁବକ ଛୁରୀ ଦେଖାଇ ଗଣ ଦୁଷ୍କର୍ମ କରିବା ଅତ୍ୟନ୍ତ ଲୋମହର୍ଷଣକାରୀ । ଏହାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ତୀବ୍ର ନିନ୍ଦା କରିବା ସହିତ ଦୁଷ୍କର୍ମ ଛାତ୍ରୀଙ୍କ ଗଣ ଦୁଷ୍କର୍ମରେ ସମ୍ପୃକ୍ତ ସମସ୍ତ ଦୋଷୀମାନଙ୍କୁ ଗିରଫ କରିବା, ଘଟଣାର ଏକ ଏସ୍ଆଇଟି ଗଠନ କରି ତୁରନ୍ତ ତଦନ୍ତ କରିବା ଓ ଏହାକୁ ଫାଷ୍ଟ ଟ୍ରାକ୍ କୋର୍ଟରେ ବି·ର ପାଇଁ ପଠାଇ ଦୋଷୀଙ୍କୁ କମ୍ ସମୟ ମଧ୍ୟରେ କଠୋର ଦଣ୍ଡରେ ଦଣ୍ଡିତ କରିବା ଏବଂ ଧର୍ଷିତା ଏ.ଏନ୍.ଏମ୍ ଛାତ୍ରୀଙ୍କ ପରିବାରକୁ ତୁରନ୍ତ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଦାବି କରି ସମାଜବାଦୀ ପାର୍ଟି ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହରାଙ୍କ ଦ୍ୱାରା ଲିଖିତ ଏହି ପତ୍ରରେ କୁହାଯାଇଛି ଯେ, ଦିନ ଦ୍ୱିପ୍ରହରରେ ନିଜର ପରିଚିତ ଲୋକଙ୍କ ସହିତ କାର୍ରେ ଫେରୁଥିବା ଏହି ଏ.ଏନ୍.ଏମ୍ ଛାତ୍ରୀଙ୍କୁ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଜଙ୍ଗଲରେ ୬ ଜଣ ଦୁବୃର୍ତ୍ତ ଧର୍ଷଣ କରିବା ସହିତ ଦୁଷ୍କର୍ମ ସମୟର ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବାରେ ସମର୍ଥ ହୋଇପାରନ୍ତି, ତାହେଲେ ଏହା ଆମ ରାଜ୍ୟର ଆଇନ୍ ଶୃଙ୍ଖଳା ପ୍ରତି ଏକ ଆହ୍ୱାନ ବ୍ୟତୀତ ଅନ୍ୟ କିଛି ନୁହେଁ । ଦୁଷ୍କର୍ମରେ ସମ୍ପୃକ୍ତ ଏହି ୬ଜଣ ଯୁବକଙ୍କୁ ତୁରନ୍ତ ଗିରଫ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ବ୍ୟତୀତ ସମ୍ପୃକ୍ତ ଘଟଣାର ତଦନ୍ତ କରିବା ପାଇଁ ଏକ ଏସ୍ଆଇଟି ଟିମ୍ ଗଠନ କରିବା ଓ ଏହାକୁ ରେଡ୍ଫ୍ଲା ଗ ମକଦ୍ଦମା ଭାବରେ ଫାଷ୍ଟ ଟ୍ରାକ୍ କୋର୍ଟରେ ବି·ର କରିବା, ସମ୍ପୃକ୍ତା ଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଶ୍ରୀ ବେହେରା ଦାବୀ କରିଛନ୍ତି ।


