ସରକାରୀ ଯୋଜନା କୁ ନେଇ ଉଠିଲା ପ୍ରଶ୍ନ
(ଯୁଗାବ୍ଦ ନ୍ୟୁଜ )ଗର୍ଭବତୀ ମହିଳା ଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ରାଜ୍ୟ ସରକାର । ତା ସହିତ ଜଣେ ଗର୍ଭବତୀ ମହ୍ିଳା ଙ୍କୁ ଡାକ୍ତର ଖାନା ନେବା ପାଇଁ ଆରମ୍ଭ ହୋଇଛି ଜନନୀ ଏକ୍ସପ୍ରେସ ,ତାହା କେତେ କାର୍ଯ୍ୟକାରୀ ହେଉଛି ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ର ଜକର ବାଲିଝୁଡି ଗ୍ରାମରେ । ଜଣେ ପାଗେଳି କେନାଲ ରାସ୍ତା କଡରେ ଜନ୍ମ ଦେଇଛି ପୁତ୍ର ସନ୍ତାନ । ସେହି ରାସ୍ତା ଦେଇ ଏକ ଆସା କର୍ମି ଯାଉଥିବା ବେଳେ ସେ ଏହି ଦୃଶ୍ୟ ଦେଖି ଆମ୍ବୁଲାନ୍ସ କୁ ଡକାଯାଇଥିଲା କିନ୍ତୁ ଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ନଥିଲା । ବହୁ କଷ୍ଟରେ ଏକ ଅଟୋ ସାହାର୍ଯ୍ୟ ରେ ବମକେଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇଯାଇଥିଲେ । ପରେ ପରେ ତାଙ୍କୁ ବ୍ରହ୍ନପୁର ଏମ କେ ସିଜି କୁ ସ୍ଥନାନ୍ତରିତ କରାଯାଇଛି ।


