ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନ୍ତଃ ଚିକିତ୍ସା ଓ ବହିଃ ଚିକିତ୍ସା ବିଭାଗର ନୂତନ କୋଠା ଉଦଘାଟିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଅନ୍ତଃ ଚିକିତ୍ସା ଓ ବର୍ହି ଚିକିତ୍ସା ଭିଭାଗର ଏକ ନୂତନ କୋଠାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦଘାଟନ କରିଛନ୍ତି । ଏହି କୋଠା ଉଦଘାଟନ ହେବା ଦ୍ୱାରା କେନ୍ଦ୍ର ପରିସରକୁ ଆସୁଥିବା ରୋଗୀ ମାନେ ଉତ୍ତମ ଚିକିତ୍ସା ପାଇପାରିବେ ବୋଲି ଉଭୟ କହିଥିଲେ । ମୋ ସରକାର ଯୋଜନା ଆନୁକୁଲ୍ୟରେ ୯୦ ଲକ୍ଷ ୧୫ ହଜାର ଟଙ୍କା ଅଟକଳ ବ୍ୟୟରେ ଉକ୍ତ କୋଠାକୁ ନିର୍ମାଣ କରାଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପୋଟ୍ଟଲାମପୁର ସରପଂଚ ନୀରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଓ ବିପିଏମ ସିମାଂଚଳ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ସଭାପତି ସୁବାସ ଚନ୍ଦ୍ର ନାହାକ, ୧୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ୨୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଏମ୍. ଧନଞ୍ଜୟ ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀ,ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ,ପୂର୍ବତନ ସାଂସଦ ପ୍ରତିନିଧି ବିଶ୍ଵନାଥ ସୁବୁଦ୍ଧି,ଯୁବନେତା କିଶୋର ବେହେରା, ସୁରେଶ ଦାଶ, ସପନ ନାହାକଙ୍କ ସମେତ ବହୁ ପଂଚାୟତର ଜନ ପ୍ରତିନିଧି ଏବଂ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ ।