କୂଅ ରେ ପଡି ଯୁବକଙ୍କ ମୃତ୍ୟୁ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ତହସିଲ ଅନ୍ତର୍ଗତ ବଡପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୂଅ ନିକଟରେ ଗାଧୋଉଥିବା ବେଳେ ଗୋଡ ଖସି ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ସତ୍ୟ ମହାଙ୍କୁଡଙ୍କ ପୁଅ ମନୋଜ ମହାଙ୍କୁଡ (୩୦) । ମନୋଜ ଆଜି ସକାଳେ ଗାଧୋଉଥିବା ବେଳେ ହଠାତ୍ ତାଙ୍କ ଗୋଡ ଖସି ଯାଇଥିଲା । ସ୍ଥାନୀୟ ବାସିନ୍ଦା ଓ ପରିବାର ବର୍ଗ ଏହା ଦେଖି ଛତ୍ରପୁର ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।


