ମୃତ ବ୍ୟକ୍ତିଙ୍କ ନାଁରେ ଖାଉଟି ସାମଗ୍ରୀ ହଡପ ପ୍ରସଙ୍ଗ ତଦନ୍ତ ସରିଲା, କାର୍ଯ୍ୟାନୁଷ୍ଠାନ କେବେ?

ନାଉଗାଁ,(ଓ୍ବାଇଏନ୍ଏସ୍) : ନାଉଗାଁ ବ୍ଳକ ଅଲଣା ପଂଚାୟତ ସଠଳପୁର ଗ୍ରାମର କୁଇନ ରାଉତ ତାଙ୍କ ମୃତ ଶାଶୁ ଓ ଶ୍ୱଶୁରଙ୍କ ନାମରେ ଖାଉଟି ସାମଗ୍ରୀ ଉଠୁଥିବା ଅକ୍ଟୋବର ମାସ ୧୨ ତାରିଖରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ଅଭିଯୋଗ କରିଥିଲେ । ବିଡିଓଙ୍କୁ ଅଭିଯୋଗ କରିବା ସହିତ ଜିଲ୍ଲାପାଳ ଜଗତସିଂହପୁର, ୫ଟି ସଚିବ ଓଡିଶା, ଯୋଗାଣ ମନ୍ତ୍ରୀ,ଓଡିଶାଙ୍କ ଅବଗତି ନିମନ୍ତେ ପଠାଇଥିବା ଅଭିଯୋଗରେ ଦର୍ଶାଇଥିଲେ । ଉକ୍ତ ଅଭିଯୋଗକୁ ଭିତିକରି ମଙ୍ଗଳବାର ନାଉଗାଁ ବ୍ଳକ ଯୋଗାଣ ନିରୀକ୍ଷିକା ନିଳିମା ମହାନ୍ତି କୁଇନଙ୍କ ଘରେ ପହଁଚି ତଦନ୍ତ କରି ଫେରିଛନ୍ତି । ଏହା ସହିତ ଅଭିଯୋଗକାରୀ କୁଇନଙ୍କ ଠାରୁ ତାଙ୍କ ମୃତ ଶାଶୁ ଓ ଶଶୁରଙ୍କ ନାମରେ ଥିବା ଖାଉଟି କାର୍ଡ ସହିତ ଆବଶ୍ୟକ କାଗଜ ପତ୍ର ମଧ୍ୟ ଆଣିଥିବା କୁଇନ ଜଣାଇଛନ୍ତି । ହେଲେ ଉକ୍ତ ଖାଉଟି କାର୍ଡ ମାଧ୍ୟମରେ ପାଖାପାଖି ୨ବର୍ଷ ହେବ ଖାଉଟି ସାମଗ୍ରୀ ସହିତ ସରକାରୀ ସହାୟତା ହଡପ କରିଥିବା ସଂପୃକ୍ତ ଡିଲରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁଇନ ଦାବି କରିଛନ୍ତି । ପ୍ରକାଶଯୋଗ୍ୟ ଯେ କୁଇନଙ୍କ ପରିବାରର ନାମ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡିଛି । ସେମାନେ ଉକ୍ତ ଯୋଜନାରେ ସାମିଲ ହେବା ପାଇଁ ବାରମ୍ବାର ଆବେଦନ କରିବା ସତ୍ୱେ ବି ତାଙ୍କ ନାମକୁ ତାଲିକା ଭୂକ୍ତ କରାଯାଇନଥିଲା । ତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ତାଙ୍କ ଶାଶୁ ତୁଳସୀ ରାଉତ ଓ ଶଶୁର ଭୀମସେନ ରାଉତଙ୍କ ନାମରେ ଏକ ଖାଉଟି କାର୍ଡ ନଂ-୧୨୦୬୦୧୧୦୯୧୧ ରହିଥିଲା । ଉକ୍ତ କାର୍ଡରେ କୁଇନ୍‌ଙ୍କ ପରିବାରକୁ ସଂଯୋଗ କରିବା ପାଇଁ କୁଇନ୍ ବ୍ଲକ ପ୍ରଶାସନ ନିକଟରେ ମଧ୍ୟ ଆବେଦନ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କର ନାମ ଉକ୍ତ କାର୍ଡରେ ସଂଯୋଗ କରାଯାଇନାହିଁ । ତାଙ୍କ ଶଶୁରଙ୍କର ମେ ମାସ ୨୦୧୭ ମସିହାରେ ମୃତ୍ୟୁବରଣ ହୋଇଥିବା ବେଳେ ଶାଶୁଙ୍କର ମଧ୍ୟ ଡିସେମ୍ବର ମାସ ୨୦୧୮ରେ ମୃତ୍ୟୁ ହୋଇଛି । କିନ୍ତୁ ଖାଦ୍ୟ ସୁରକ୍ଷା ପୋଟାର୍ଲରେ ତାଙ୍କ ମୃତ ଶାଶୁ ଓ ଶ୍ୱଶୁରଙ୍କ ନାମରେ ଖାଉଟି ସାମଗ୍ରୀ ଉଠାଣ ହେଉଥିବା ଜଣାଯାଇଛି । ଗୋଟିଏ ପଟେ କୁଇନ୍‌ଙ୍କ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଉ ନଥିବା ବେଳେ ଅନ୍ୟପଟେ ମୃତ ଶାଶୁ ଓ ଶ୍ୱଶୁରଙ୍କ ନାମରେ ଖାଉଟି ସାମଗ୍ରୀ ହଡପ ହେଉଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ମୃତ ବ୍ୟକ୍ତିଙ୍କ ନାମରେ କିପରି ଦୀର୍ଘ ଦିନ ହେବ ଖାଉଟି ସାମଗ୍ରୀ ଉଠିଛି ସେ ବିଷୟରେ ତଦନ୍ତ କରାଯାଇ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଇନି ପ୍ରଶାସନ ନିକଟରେ ଦୃଢ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ