ମୃତ ମହିଳାଙ୍କ ପରିବାରକୁ ମନ୍ତ୍ରୀଙ୍କ ସମବେଦନା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମର ଶିଶୁଳା ନାୟକ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପରିବାରଙ୍କୁ ଶ୍ରମ ମନ୍ତ୍ରୀ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି। ବୁଗୁଡା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଶିଶୁଳା ନାୟକ ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଛକରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଗୁରୁତର ଆହତ ହୋଇଥିବା ଯୋଗୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆମ୍ବୁଲାନ୍ସ ଦ୍ବାରା ସ୍ଥାନାନ୍ତର ହୋଇଥିଲା। ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଳା ନାୟକଙ୍କ ମୃତ୍ୟୁ ଘଟିଥିଲେ। ମୃତ ଶିଶୁଳା ନାୟକ ଚିହ୍ନଟ ହୋଇନଥିବା ବେଳେ ବିଭିନ୍ନ ସୋସିଆଲ ମିଡ଼ିଆରେ ତାଙ୍କର ଫୋଟ ପୋଷ୍ଟ ପରେ ସେ ବୁଗୁଡା ଅଞ୍ଚଳ ରାମଚନ୍ଦ୍ର ପୁର ଗ୍ରାମର ବୋଲି ଜଣାପଡିଥିଲା। ଖବର ଜାଣିବା ପରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ସରକାରୀ ସହାୟତା ଯୋଗାଈ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ମନ୍ତ୍ରୀଙ୍କ ସହ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରି, ସାଂସଦ ପ୍ରତିନିଧି କବିରାଜ ଗୌଡ଼, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ ସେଠୀ, ସମିତିସଭ୍ଯାଙ୍କ ପ୍ରତିନିଧି ସିମାଞ୍ଚଳ ନନ୍ଦଙ୍କ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ