ମେଡିକାଲ୍ କଲେଜ ପ୍ରବେଶ ପଥପାଶ୍ୱର୍କୁ ବନୀକରଣ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ): ଫକୀରମୋହନ ସରକାରୀ ମେଡିକାଲ୍ କଲେଜକୁ ପ୍ରବେଶପଥର ଦୁଇପାଶ୍ୱର୍ରେ ବୃକ୍ଷରୋପଣ ପାଇଁ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ଦୀର୍ଘ ୨ବର୍ଷ ଧରି ଉଦ୍ୟମ କରିଆସୁଛି । ଏଥିପାଇଁ ବିଭିନ୍ନ ଶିଳ୍ପସଂସ୍ଥା ଓ ବଦାନ୍ୟବ୍ୟକ୍ତିଙ୍କ ସହଯୋଗ କାମନା କରାଯାଉଛି । ଶୁକ୍ରବାର ପୂର୍ବାହ୍ନରେ କ୍ରିୟାନୁଷ୍ଠାନ କମିଟି ତରଫରୁ ପ୍ରବେଶ ପଥର ପଶ୍ଚିମ ଦିଗକୁ ଥିବା ଖୋଲାସ୍ଥାନକୁ ସଂପୂର୍ଣ୍ଣ ସୌନ୍ଦର୍ଯ୍ୟକରଣପାଇଁ ଫୁଲ ଓ ଫଳଗଛ ଲଗାଇବାରେ କ୍ରିୟାନୁଷ୍ଠାନକମିଟି ଦାୟିତ୍ୱ ଗ୍ରହଣ କରିଛି । ଏହି ଅବସରରେ ମେଡିକାଲ୍ କଲେଜ୍ର ଅଧ୍ୟକ୍ଷ ଡାକ୍ତର ପ୍ରତାପ ଚନ୍ଦ୍ର ରଥ, ବନବିଭାଗର ଅଧିକାରୀ ତପନ କୁମାର ପରିଡ଼ା ଉପସ୍ଥିତ ରହି କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ଉପାଦେୟ ଫଳ ଓ ଫୁଲଗଛ ଲଗାଇବା ସଂପର୍କରେ ପରାମର୍ଶ ଦେଇଥିଲେ । କମିଟିର ଏହି ଉଦ୍ୟମକୁ ସେମାନେ ଉଚ୍ଚପ୍ରଶଂସା କରିଥିଲେ । ଅବ୍ୟବହୃତଭାବେ ପଥପାଶ୍ୱର୍ରେ ଥିବା ଏହି ବିସ୍ତୀର୍ଣ୍ଣ ଅଞ୍ଚଳକୁ ବନୀକରଣ କରି ପରିବେଶକୁ ସୁରକ୍ଷିତ ଓ ସୁନ୍ଦର କରିବା ପାଇଁ ଅଙ୍ଗୀକାରବଦ୍ଧ ବୋଲି କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି । ଜିଲ୍ଲା କମିଟି ଓ ରେମୁଣା ଆଞ୍ଚଳିକ କମିଟି ତରଫରୁ ସର୍ବଶ୍ରୀ ପ୍ରଫେସର ଅନନ୍ତ କୁମାର ପ୍ରଧାନ, ପ୍ରଭାକର ସାହୁ, ନିରଞ୍ଜନ ପରିଡ଼ା, ମମତା ମହାପାତ୍ର, ପ୍ରଦୀପ ଦାସ, ଅକ୍ଷୟ କୁମାର ତ୍ରିପାଠୀ, ନିରଞ୍ଜନ ରାଉତ, ଇଂ. ବନମାଳୀ ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ଜଗତାନନ୍ଦ ବିଶ୍ୱାଳ, ପ୍ରମିତା ସାହୁ, ମଧୁସୂଦନ ଜେନା, ଦାମୋଦର ନାୟକ ଓ ଯୋଗେନ୍ଦ୍ର ମହାରଣା ପ୍ରମୁଖ ପ୍ରସ୍ତାବିତ ବନୀକରଣ ଅଞ୍ଚଳ ପରିଦର୍ଶନବେଳେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ