ମେରାଇନ କେଜ୍ କଲଚର ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ବର (ସରୋଜ ପଣ୍ଡା): ବାଲେଶ୍ୱରର ବାହାବଳପୁର ଠାରେ ଗଭୀର ସମୁଦ୍ରରେ ପଞ୍ଜୁରୀ ଭିତରେ ମାଛ ଚାଷ(ମେରାଇନ କେଜ୍ କଲଚର) ପ୍ରକଳ୍ପର ଆଜି ଉଦ୍‌ଘାଟନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ଜାତୀୟ ମତ୍ସ୍ୟସମ୍ପଦ ଉନ୍ନୟନ ବୋର୍ଡ ଦ୍ବାରା ଶତ ପ୍ରତିଶତ ଆର୍ଥିକ ସହାୟତାରେ ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ନିଆଯାଇଛି। ବାହାବଳପୁର ମାଛ ଉତ୍ପାଦନ କେନ୍ଦ୍ରଠାରୁ ପ୍ରାୟ ୨୦ କିଲୋମିଟର ଭିତରେ ଏହି ପ୍ରକଳ୍ପ କରାଯାଇଥିବା ବେଳେ ଆଜି ସାଂସଦ ଶ୍ରୀ ଷଡ଼ଙ୍ଗୀ ଏବଂ ମତ୍ସ୍ୟ ବିଭାଗର ବରିଷ୍ଠ ଅଧିକାରୀଗଣ ଟ୍ରଲର ଜରିଆରେ ସେଠାକୁ ଯାଇ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ, ସମଗ୍ର ଦେଶରେ ଏହା ହେଉଛି ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ । ଏହା ଦ୍ବାରା ଅଧିକ ମତ୍ସ୍ୟ ଉତ୍ପାଦନ ହେବ ଓ ଆମର ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ମତ୍ସ୍ୟ ଉଦ୍ୟୋଗୀଙ୍କ ଆୟର ବୃଦ୍ଧି ହେବ। ଏହା ମଧ୍ୟ ସୁଲଭ ମୂଲ୍ୟରେ ପୁଷ୍ଟିକର ଖାଦ୍ୟର ଉତ୍ସ ହେବ ବୋଲି କହିଛନ୍ତି ଶ୍ରୀ ଷଡ଼ଙ୍ଗୀ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା କୋଷାଧ୍ୟକ୍ଷ ଜ୍ଞାନରଞ୍ଜନ ଦାସଙ୍କ ସମେତ ଅନେକେ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ