ମୈାଲାନା ଫାରୁକ କାସମି ହେଲେ ଜମିଆତୁଲ ଓଲେମାର ରାଜ୍ୟ ଅଧ୍ୟକ୍ଷ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ମୈାଲାନା ଫାରୁକ କାସମି ହେଲେ ଜମିଆତୁଲ ଓଲେମାର ରାଜ୍ୟ ଅଧ୍ୟକ୍ଷ । ଗତ ୧୨ତାରିଖରେ ପୂର୍ବତନ ଅଧ୍ୟକ୍ଷ ମୈାଲାନା ଜଲାଲ କାସମିଙ୍କ ପରଲୋକ ହେବା ପରେ ମୈାଲାନା ଫାରୁକ କାସମି ଓଡିଶା ଜମିଆତୁଲ ଓଲେମାର ରାଜ୍ୟ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଏଥିନିମନ୍ତେ ପୂର୍ବତନ କାଉନସିଲର ହିବଜୁର ରହେମାନ, ବିଜେପିର ବରିଷ୍ଠ ନେତା ମହମ୍ମଦ ସଲୀମ ଖାନ ଓ ସାମ୍ବାଦିକ ମୀର ଆବୁ ଓବେଦା ପ୍ରମୁଖ ତାଙ୍କୁ ସ୍ୱାଗତ କରିଛନ୍ତି ।