ମୋଦି ସରକାରଙ୍କ ଉର୍ଜା କ୍ଷେତ୍ରରେ ବ୍ୟାପକ ସଂସ୍କାର
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ): ଭାରତର ସାଧାରଣ ନାଗିରକଙ୍କ ଇଜ୍ ଅଫ୍ ଲିଭିଙ୍ଗକୁ ସୁବିଧା ପାଇଁ ମୋଦି ସରକାର ଉର୍ଜା କ୍ଷେତ୍ରରେ ଥିବା ସଂସ୍କାରରେ ବ୍ୟାପକ ସୁଧାର ଆଣିଛନ୍ତି । ଗୁରୁବାର ମସୁରୀର ଲାଲ୍ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀ ଠାରେ ଆୟୋଜିତ ମିଳିତ ସିଭିଲ-ମିଲିଟାରୀ ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଏହି ଅବସରରେ ବିଶ୍ୱ ଉର୍ଜା ଭୂଦୃଶ୍ୟରେ ଭାରତକୁ ଏକ ପ୍ରେରକ ଶକ୍ତି ବନାଇବା ପାଇଁ ପ୍ରସ୍ତୁତ ରୋଡ ମ୍ୟାପ୍ ଉପରେ ଆଲୋକପାତ କରାଯିବା ସହ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ଥିବା ଉର୍ଜା ନ୍ୟାୟ ଚାରୋଟି ସ୍ତମ୍ଭରେ ତିଆରି ଏବଂ ସେ ଗୁଡିକ ହେଲା ଉର୍ଜାର ପହଁଚ, ଉର୍ଜାଦକ୍ଷତା, ଉର୍ଜାର ସ୍ଥିରତା ଏବଂ ଉର୍ଜାର ସୁରକ୍ଷା । ଶ୍ରୀ ପ୍ରଧାନ କହିଥିଲେ ଯେ ଆମର ନୀତିର ଯେଉଁ ଦିଗ ଅଛି, ସାମାଜିକ ପରିବର୍ତନ ପାଇଁ ଉର୍ଜାକୁ ଏକ ଉପକରଣ ଭାବରେ ବ୍ୟବହାର କରାଯାଇପାରିବ ।


