ମୋବାଇଲ ଦୋକାନରୁ ଚୋରି ଅଭିଯୁକ୍ତ ଗିରଫ

ଯୋଡା (ସମୀର କୁମାର ଦାସ) : ବାମେବାରୀ ଥାନ ନିକଟସ୍ଥ ଏକ ମୋବାଇଲ ଦୋକାନରୁ ଚୋରି ହୋଇଥିବା ୪ ଟି ମୋବଇଲ୍ ଫୋନ୍‌, ୮ ଟି ହାତଘନ୍ଟା ଓ ନଗଦ ୧୭ ହଜାର ଟଙ୍କା କୁ ପୋଲିସ ଉଦ୍ଧାର କରିବା ସହିତ ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବାମେବାରୀ ଥାନା ଓଆଇସି ଅମିତାବ୍ ଦାସ ସୂଚନା ଦେଇ କହିଛନ୍ତି ଯେ, ଗତ ତା ୧୧/୦୪/୨୦୨୦ ରିଖରେ ବାମେବାରୀ ଅଂଚଳର ମୌଜାମିଲ୍ ଆଲାମ୍ ନାମକ ବ୍ୟକ୍ତିଙ୍କ ମୋବାଇଲ୍ ଦୋକାନରୁ ଉକ୍ତ ମୋବାଇଲ୍ , ଘନ୍ଟା ଓ ନଗଦ ଟଙ୍କା ଚୋରି ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ଏହାର ତଦନ୍ତ ଜାରି ରଖି ବୁଧବାର ବାମେବାରୀର ଜଗନ୍ନାଥ ବସ୍ତି ଅଂଚଳର ଫାତୁ କାରୁଆ କୁ ଗିରଫ କରି କେଶ୍ ନଂ ୪୫/୨୦୨୦ ଚୋରି ମାମଲାରେ କୋର୍ଟ ଚାଲାଣ କରିିଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ