ଚାଷୀ ଙ୍କ ଜମାଟଙ୍କା ବ୍ୟାଙ୍କ ରୁ ଗାଏବ ନେଇ ଥାନା ରେ ଅଭିଯୋଗ

ନିମାପଡା, ( ସନ୍ତୋଷ ଦାଶ) :-ଚାଷୀ ଙ୍କ ପଇସା ବ୍ୟାଙ୍କ ରୁ ଗାଏବ ନେଇ ପୋଲିସ ରେ ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଅସ୍ତରଙ୍ଗ ର ଚାଷୀ ଚୈତନ୍ୟ ମହାନ୍ତି । ଅଭିଯୋଗ ମୁତାବକ ୮ମଇ ୨୦୧୪ ମସିହା ରେ ଚାଷୀ ଚୈତନ୍ୟ ଅସ୍ତରଙ୍ଗ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରେ ୭୦ ହଜାର ଟଙ୍କା ର ତିନୋଟି ପୃଥକ ପୃଥକ ଫିକ୍ସ ଡିପୋଜିଟ କରିଥିଲେ । ଯାହାର ମାଚୁରିଟି ଚଳିତ ମାସ ୮ ତାରିଖ ରେ ପୁରିଥିଲା । ମଙ୍ଗଳବାର ଶ୍ରୀଯୁକ୍ତ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ବ୍ୟାଙ୍କ ଆସିଥିଲେ ତିନୋଟି ବଣ୍ଡ ଆଣି ଟଙ୍କା ନେବାକୁ କିନ୍ତୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଟଙ୍କା ଦେବା ପରିବର୍ତ୍ତେ ଓଲଟା ଟଙ୍କା ତାଙ୍କ ଖାତା ରେ ନାହିଁ ବୋଲି ଜବାବ ଦେଇଥିଲେ । ଯେଉଁଥି ପାଇଁ ବ୍ୟାଙ୍କ ରେ ତୀବ୍ର ଜନଅସନ୍ତୋଷ ଦେଖା ଯାଇଥିଲା । ଏ ବାବଦରେ ଶାଖା ପରିଚାଳକ କହିଥିଲେ ଯେ ଆଗରୁ ପ୍ରି ମାଚୁରିଟି ରେ ଟଙ୍କା ଉଠା ଯାଇଛି ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଯଦି ମାଚୁରିଟି ପୁରିବା ଆଗରୁ ଶ୍ରୀଯୁକ୍ତ ମହାନ୍ତି ଙ୍କ ଜମା ରାଶି ଉଠିଛି ତେବେ ଆଜି ମହାନ୍ତି ଙ୍କ ପାଖରେ ବଣ୍ଡ ଦସ୍ତାବିଜ ଆସିଲା କେଉଁଠୁ ? ତାଙ୍କ ବଣ୍ଡ ରେ ବ୍ୟାଙ୍କ ତରଫରୁ ରିଜେକ୍ଟ ସିଲ ମରାଯାଇନଥିଲା କାହିଁକି ? ତେବେ କିପରି ଭାବେ ଲକ୍ଷାଧିକ ଟଙ୍କା ବିନା ବଣ୍ଡ ରେ ପୂର୍ବରୁ ଉଠାଗଲା ଏହାର ଉତ୍ତର ରେ ଶାଖା ପରିଚାଳକ କହିଥିଲେ ବିନା ବଣ୍ଡ ରେ କିପରି ଶ୍ରୀଯୁକ୍ତ ମହାନ୍ତି ଙ୍କ ପଇସା ଉଠିଲା ତାହାର ତଦନ୍ତ କରୁଛୁ ଓ ରିଜିଓନାଲ ନିର୍ଦ୍ଦେଶକ ଆସିଲେ ଏ ବାବଦରେ ଉତ୍ତର ଦେଇପାରିବେ। ଲୋକ ମାନେ ନିଜର ଝାଳବୁହା ପୁଞ୍ଜି ଓ ଗହଣା ବ୍ୟାଙ୍କ ରେ ସୁରକ୍ଷିତ ପାଇଁ ରଖନ୍ତି ଯଦି ବ୍ୟାଙ୍କ ରୁ ଗାଏବ ହୁଏ ତେବେ ଲୋକ ଙ୍କ ପଇସା କୁ ସୁରକ୍ଷିତ କିଏ ରଖିବ, ଯାହାକୁ ନେଇ ଶ୍ରୀଯୁକ୍ତ ଚୈତନ୍ୟ ମହାନ୍ତି ଆଜି ଏ ବାବଦରେ ଅସ୍ତରଙ୍ଗ ଥାନା ରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଥାନା ଅଭିଯୋଗ ପାଇବା ପରେ ଏ ବାବଦରେ ତଦନ୍ତ ଜାରୀ ରଖିଛି ଏପଟ ରେ ଯଦି ନିଜ ଜମା ପୁଞ୍ଜି ଫେରସ୍ତ ନପାଇବେ ତେବେ ଶ୍ରୀଯୁକ୍ତ ମହାନ୍ତି ଙ୍କ ପରିବାର ଥାନା ଆଗରେ ଅନଶନ ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ