ମୋହନା ବ୍ଲକରେ ୮୦%ମତଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ୫ଗୋଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମୋହନା ବ୍ଲକରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଯାଇଛି । ଉକ୍ତ ନିର୍ବାଚନରେ ମୋହନା ବ୍ଲକ ଅନ୍ତର୍ଗତ ୩ ଗୋଟି ଜିଲ୍ଲାପରିଷଦ ଜୋନ୍ ଅଧୀନସ୍ତ ୩୯ଟି ଗ୍ରାମପଞ୍ଚାୟତ ପାଇଁ ୫୩୫ ମତଦାନ କେନ୍ଦ୍ରରେ ସଫଳତାର ସହ ମତଦାନ କରାଯାଇଛି । ଜିଲ୍ଲାପ୍ରଶାସନର ସୂଚନା ଅନୁଯାୟୀ ମୋହନା ବ୍ଲକରେ ପ୍ରାୟ ୭୯.୫୭ ପ୍ରତିଶତ ମତଦାନ ହୋଇଛି । ମୋହନା ବ୍ଲକରେ ଶାନ୍ତିପୂର୍ଣ୍ଣ ତଥା ସଫଳ ମତଦାନ ନିମନ୍ତେ ସହଯୋଗ କରିଥିବାରୁ ଜିଲ୍ଲା ପ୍ରଶାସନ ଧନ୍ୟବାଦ ଜ୍ଞାପନ କରିଥିବାର ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।