୬୪ ବୋତଲ ବିଦେଶୀ ମଦ ଜବତ
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ଥାନା ଅଧିନ ୨ଟି ସ୍ଥାନରେ ପୋଲିସ ୬୪ ବୋତଲ ବିଦେଶୀ ମଦ ଜବତ କରିବା ସହ ଦୁଇଟି ମାମଲା ରୁଜ୍ଜୁ କରିଛି । ପୋଲିସ ନିଳୋକ, ସେଣ୍ଢତୀରା, ରାଧାନଗର, ବରପଦୀ ଆଦି ଗ୍ରାମ ପେଟ୍ରୋଲିଂ କରୁଥିବା ବେଳେ ରାଧାନଗର ଗ୍ରାମରେ ରମେଶ ଜେନା ଚୋରା ମଦ ବିକ୍ରି କରୁଥିବାର ଖବର ପାଇ ଚଢାଉ କରିଥିଲେ । ପୋଲିସକୁ ଦେଖି ସଂପୃକ୍ତ ବ୍ୟକ୍ତି ଉକ୍ତ ସ୍ଥାନରୁ ଫେରାର ହୋଇଯାଇଥିବା ବେଳେ ସେଠାରୁ ୩୮ ବୋତଲ ବିଦେଶୀ ମଦ ଜବତ ହୋଇଥିଲା । ଏନେଇ ପୋଲିସ କେସ ନଂ-୧୩୩/୨୦ରେ ମାମଲା ରୁଜ୍ଜୁ କରିଛି । ସେହିପରି ପୋଲିସ ପକ୍ଷରୁ ସରମରା, ଦେବତାଗଢିଆ, ଆମ୍ବଗଢିଆ ଆଦି ଗ୍ରାମରେ ପେଟ୍ରୋଲିଂ କରୁଥିବା ବେଳେ ତୋଟାସାହି ଗ୍ରାମର ଲକ୍ଷ୍ମୀଧର ଜେନା ନାମକ ବ୍ୟକ୍ତି ମଦ ବିକ୍ରି କରୁଥିବା ନେଇ ଖବର ପାଇଥିଲେ । ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୨୬ ବୋତଲ ବିଦେଶୀ ମଦ ଜବତ କରାଯାଇଛି । ଏନେଇ ପୋଲିସ କେସ ନଂ-୧୩୪/୨୦ରେ ମାମଲା ରୁଜ୍ଜୁ ହୋଇଛି ।


