ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ୮୯ଟି ଅଭିଯୋଗ ପଂଜିକୃତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ ଜେ.ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୮୯ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୧୪ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୭୫ଟି ରହିଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ କାର୍ଡ ସମସ୍ୟା ସଂପର୍କୀୟ ୨ଟି, ଆବାସ ଯୋଜନା ସଂପର୍କୀୟ ୨୧ଟି, ଜମିଜମା ସମସ୍ୟା ସଂପର୍କୀୟ ୧୫ଟି, ପୋଲିସ ସହାୟତା ସମ୍ବନ୍ଧୀୟ ୩ ଟି, ପେନସନ ସମ୍ବନ୍ଧୀୟ ୨ଟି ଏବଂ ଅନ୍ୟାନ୍ୟ ୨୭ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୫ଟି ଅଭିଯୋଗ ତତ୍କାଳ ଫଏସଲା ହୋଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକର ସମାଧାନ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି । ଅଭିଯୋଗ ମଧ୍ୟରେ ଶିଖର ରାଜସ୍ୱ ନିରୀକ୍ଷକ ଉତରାଧିକାରୀ ପ୍ରମାଣପତ୍ର ପାଇଁ ତିନି ଦିନ ମଧ୍ୟରେ ପଇସା ନ ଦେଲେ ଫାଇଲ ରିଜେକ୍ଟ କରିଦେବା ପାଇଁ ଧମକ ଦେଇଥିବା ଶିଖର ପଂଚାୟତ ଶାଳିଜଙ୍ଗା ଗ୍ରାମର ବବି ମହାପାତ୍ର ଅଭିଯୋଗ କରିଥିଲେ । ନାଉଗାଁ ବ୍ଳକର ଦହିପାଳ (ବେଲକନ୍ଦା) ଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତ କରିବା ପାଇଁ ଅଭିଭାବକ ମନୋଜ ପରିଡା, ସତ୍ୟ ପ୍ରକାଶ ଲେଙ୍କା ଆଦି ଅଭିଯୋଗ କରିଥିଲେ । ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ଶିଖର ଘାଟର ଦେବୀନଦୀ ପଠାରେ ହେଉଥିବା ବୋଇତ ବନ୍ଦାଣ ଉତ୍ସବ ଓ ନାଉଗାଁ ମହୋତ୍ସବ ପାଇଁ ହଜରା ହଜାର ଜନସମାଗାମ ହୁଏ । ଏହାକୁ ଦୃଷ୍ଟିରେ ରଖି ନଦୀ ପଠାକୁ ସଫା ସୁତୁରା କରିବା ଉତ୍ସବ ପାଇଁ ଉପଯୁକ୍ତ ଜନପୋଯଗୀ କରିବା ପାଇଁ ଅଭିଯୋଗ କରିଥିଲେ । ବାଉଁଶ ଯୋଡି-ଅଳକା-ଗୋବରୀ ବୁଡି ଅଁଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୋବରୀ ଓ ବାଉଁଶ ଯୋରୀରୁ ଦଳ ସଫା କରିବା,ବାଉଁଶ ଯୋରୀ ନାଳ ମାଧ୍ୟମରେ ଠିକ ଭାବେ ଉଦବୃତ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଚାଷୀ ମାନେ ଚାଷ କାର୍ଯ୍ୟ କରିବାକୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ଉକ୍ତ ନାଳକୁ ବାଲିକୁଦା ବ୍ଳକ ବାଲିଯାତ୍ରା ପଡିଆ (ଜଂଖୁରୀ)ଠାରୁ ମାଛଗାଁ ତଳେ ଥିବା ମୃତ ଅଳକା ସହିତ ସଂଯୋଗ କରାଗଲେ ଉଦବୃତ ଜଳ ସହଜରେ ନିଷ୍କାସିତ ହୋଇପାରିବ ବୋଲି ପଦ୍ମଚରଣ ସାସମଲ, ପ୍ରତାପ ବେହୁରା, ସୁବାସ ସ୍ୱାଇଁ ଆଦି ଅଭିଯୋଗ କରିଥିଲେ । ଘୋଡାଂଶ ପଂଚାୟତରେ ବାତ୍ୟା ଦାନାରେ ବାତ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଥିବା ଜନସାଧାରଣଙ୍କୁ ଆବାସ ଯୋଜନାରେ ସାମିଲ କରି ପକ୍କା ଗୃହ ଯୋଗାଇ ଦେବା ଓ ସ୍ଥାନୀୟ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଥିବା ଲାଇବ୍ରେରୀ ଗୃହ ଅସୁରକ୍ଷିତ ରହିଅଛି ତେଣୁ ଯଥା ଶୀଘ୍ର ତାର ମରାମତି ପାଇଁ ପଂଚାୟତର ସମିତି ସଭ୍ୟ ତରୁଣକାନ୍ତ ବାରିକ ଅଭିଯୋଗ କରିଥିଲେ । ଚାନ୍ଦଖାଁପାଟଣା ରାଜସ୍ୱ ଗ୍ରାମର ଚନ୍ଦ୍ରପୁର ପଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଘୋଡାଂଶ ସରପଂଚ ନିହାର ରଂଜନ ବସ୍ତିଆ ଅଭିଯୋଗ କରିଥିଲେ । ଜମିଜମାକୁ ନେଇ ବିପକ୍ଷବାଦୀ ହଇରାଣ କରୁଥିବାରୁ ବିଦ୍ୟୁତ ସେବାରୁ ବଂଚିତ ହେବା ସହ, ଆବାସ ଯୋଜନାରେ ମିଳଥିବା ପକ୍କା ଘର ସମେତ ସରକାରଙ୍କର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରିପାରୁ ନଥିବା କୋରୁଅ ପଂଚାୟର ଅଶୋକ ଦଳାଇ ଅଭିଯୋଗ କରିଥିଲେ । ସେହିପରି ଜାମୁଗାଁ ପଂଚାୟତ ନନ୍ଦିଗ୍ରାମର ୨ଶହ ରୁ ଉର୍ଦ୍ଧ୍ୱ ଚାଷୀ ଥିବା ବେଳେ ୧ଶହ ଏକରରୁ ଉର୍ଦ୍ଧ୍ୱ ଜମି ବାଉଁଶଯୋରୀ ଆର ପାଶ୍ୱର୍ରେ ଦହିପାଳ ମୌଜାରେ ରହୁଅଛି । ତେଣୁ ବର୍ଷା ଦିନେ ବାଉଁଶ ଯୋରରେ ପାଣି ହେଲେ ଚାଷୀମାନେ ଯୋର ପାଇ ହୋଇ ଯାଇ ପାରୁନାହାନ୍ତି । ତେଣୁ ଏହାର ସ୍ଥାୟୀ ସମାଧାନ କରିବା, ନନ୍ଦିଗ୍ରାମରେ ଥିବା ଶ୍ମଶାନ ଗୃହକୁ ରାସ୍ତା,ପାଣି ଓ ଆଲୋକୀକରଣରେ ବ୍ୟବସ୍ଥା କରିବା, ସରଜାରଙ୍କ ଆଲୋକୀକରଣ ବ୍ୟବସ୍ଥାରେ ନିମ୍ନମାନର ଲାଇଟ ଲଗାଇ ଅର୍ଥ ହରିଲୁଟ କରାଯାଇଥିବା ସଂପର୍ଜରେ ଉକ୍ତ ଗ୍ରାମର ଦିଲ୍ଲିପ ପାଢୀ ଅଭିଯୋଗ କରିଥିଲେ । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ବିଡିଓ ତପନ କୁମାର ମହାପାତ୍ର,ତହସିଲଦାର ଶିବାଶିଷ ପରିଡା, ବ୍ଳକ ଉପାଧ୍ୟକ୍ଷ ସୁଜିତ ପୁହାଣଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ