ଯୁବକବି ଜନ୍ମେଜୟଙ୍କୁ ସାରସ୍ୱତ ସମ୍ମାନ

ହାଟଡିହି, (ବିକାଶ ବିଶ୍ୱାଳ) :-ବରୁଣେଶ୍ୱର କ୍ଷେତ୍ରର ଯୁବକବି, ଗାଳ୍ପିକ, ତଥା ଶିକ୍ଷକ ଜନ୍ମେଜୟ ନାୟକଙ୍କୁ ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ପକ୍ଷରୁ ସାରସ୍ୱତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । କଟକର ସାରଳା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକସମ୍ମିଳନୀରେ ଅନୁଷ୍ଠାନର ରାଜ୍ୟ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ, ରାଜ୍ୟ ସଭାପତି ଗାୟତ୍ରୀ ସିଂ ପ୍ରମୁଖ ଯୋଗଦେଇ ଜନ୍ମେଜୟ ନାୟକ ପେଶାରେ ଜଣେ ଗଣିତ ଶିକ୍ଷକ ହୋଇ ମଧ୍ୟ କବିତା, ଗଳ୍ପ ଲିଖନ କ୍ଷେତ୍ରରେ ଯେଉଁ ପ୍ରକାର ପାରଦର୍ଶିତିା ଦେଖାଇଛନ୍ତି ତାହା ଆଗାମି ଯୁବ ପିଢ଼ୀଙ୍କ ପାଇଁ ନିଶ୍ଚିତ ପ୍ରେରଣାଦାୟୀ ହେବ ବୋଲି ମତବ୍ୟକ୍ତ କରିବା ସହିତ ତାଙ୍କୁ ମାନପତ୍ର, ଉପଢ଼ୌକନ ଦେଇ ତାଙ୍କୁ ସାରସ୍ୱତ ସମ୍ମାନରେ ସମ୍ମାନୀତ କରିଥିଲେ । ତାଙ୍କୁ ଏଭଳି ଏକ ସମ୍ମାନରେ ସମ୍ମାନୀତ କରାଯିବାପରେ ଅନେକ କବି, କବୟତ୍ରୀ, ଗାଳ୍ପିକ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜନ୍ମେଜୟ ଗୋପୀନାଥଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କର ସାହିତ୍ୟଚାଷ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେ ତାଙ୍କର ଏହି ଶ୍ରେୟକୁ ମା’ ସ୍ନେହପ୍ରଭା ନାୟକ ଓ ବାପା ମନୋରଞ୍ଜନ ନାୟକଙ୍କୁ ଦେଇଛନ୍ତି । ତାଙ୍କର ପ୍ରେରଣା ଯୋଗୁଁ ସେ ଜଣେ ଆଗଧାଡିର ସାହିତ୍ୟିକ ଓ କବି ଭାବେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟିତ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ