ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ଧର୍ଷଣ; ଥାନାରେ ଅଭିଯୋଗ

ହାଟଡିହି,(ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅକରୁଆ ପଞ୍ଚାୟତର ଭାତକରୁଆ ଗ୍ରାମରେ ଜଣେ ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ବଳପୁର୍ବକ ଧର୍ଷଣ କରିବା ଓ ବାହାରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ ଚମକ ଦେବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ବର୍ତ୍ତମାନ ଯୁବତୀ ଜଣକ ୮ମାସର ଗର୍ଭବତୀ ହୋଇଥିବାବେଳେ ଯୁବକ ଜଣକ ଆଉ ବିବାହ କରିବାକୁ ଧରାଛୁଆଁ ଦେଉ ନଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଭାତକରୁଆ ଗ୍ରାମର ଏହି ଯୁବତୀ ଜଣକ ଗତ ମାର୍ଚ୍ଚ ମାସ ୩୦ତାରିଖ ସନ୍ଧ୍ୟାରେ ଘର ପଛପଟକୁ ଶୌଚ ପାଇଁ ଯାଇଥିବାବେଳେ ଅକରୁଆ ଗ୍ରାମର ନିଶାକର ଘଡେଇଙ୍କ ପୁଅ ଆନନ୍ଦ ଘଡେଇ ପଛପଟୁ ଆସି ଏକ ଗାମୁଛାରେ ଯୁବତୀର ମୁହଁକୁ ଘୋଡାଇଦେଇ ବଳପୁର୍ବକ ଧର୍ଷଣ କରିଥିଲା । ଯେତେ କାକୁତି ମିନତୀ ହୋଇଥିଲେ ମଧ୍ୟ ଯୁବକ ଜଣକ ଶୁଣି ନଥିଲା । ଯୁବତୀ ଜଣକ ଘରକୁ ଆସି ଏ ସମ୍ପର୍କରେ ତାର ମାକୁ କହିବାରୁ ବିଧବା ମା ଥାନାରେ ଅଭିଯୋଗ କରିବାକୁ ବାହାରିବା ବେଳେ ଆନନ୍ଦ ସଂପୃକ୍ତ ଯୁବତୀ ଓ ତାର ମାକୁ ଜୀବନରେ ମାରିଦେବାର ଧମକ ଚମକ ଦେବା ସହ ତୁମ ଝିଅକୁ ବିବାହ କରିବି ତୁମେ କେଉଁଠି ବି କିଛି କୁହ ନାହିଁ ବୋଲି ପ୍ରତିଶୃତି ଦେଇଥିଲା । ପରେ ଆନନ୍ଦ ଆଉ ବିବାହର ନାଁ ଗନ୍ଧ ନଧରିବାରୁ ଗତ କିଛିଦିନ ତଳେ ମା ଝିଅ ତାଙ୍କ ଘରକୁ ଯିବାରୁ ତାଙ୍କ ପରିବାର ଲୋକେ ମା ଝିଅଙ୍କୁ ମାରି ଗୋଡାଇଲେ । ଯୁବତୀ ଜଣକ ଏବେ ଆଠ ମାସର ଗର୍ଭବତୀ ଥିବାବେଳେ ଆନନ୍ଦ ଯୁବତୀ ଜଣକୁ ଡାକ୍ତରଖାନା ଯାଇ ଗର୍ଭପାତ କରାଇବାକୁ ବାଧ୍ୟ କରୁଛି । ଫଳରେ ଯୁବତୀ ଜଣକ ଗତ ଅସହାୟ ହୋଇପଡି ତିନିଦିନ ତଳେ ନିଜ ମା ସହିତ ଆସି ନନ୍ଦିପଦା ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ