ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ଗଜାନନ ଗଳିରେ ସ୍ୱର୍ଗତ ବିଜୟ ବେହେରାଙ୍କ କନ୍ୟା  ମନିଷା ବେହେରା(୨୦) ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି। ସୋମବାର ସକାଳେ ତାଙ୍କ ମାଆ ଓ ଭାଇ ବାହାରକୁ ଯାଇଥିବା ବେଳେ ସେ ଘର ଭିତରେ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପଡୋଶୀ ଲୋକଙ୍କ ଠାରୁ ଖବରପାଇ ବସଷ୍ଟାଣ୍ଡ ସ୍ଥିତ ଏକ ଦୋକାନରେ କାମ କରୁଥିବା ତାଙ୍କ ଭାଇ କାଳିଆ ବେହେରା ଘରେ ପହଞ୍ଚି ସାହି ପଡୋଶୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ କାଳିଆ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ପୋଲିସ ଥାନା ଅପମୃତ୍ୟୁ ମାମଲା ନଂ.୬/୨୫ ଅନୁଯାୟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ