ଯୁବ ନେତୃତ୍ୱ ତାଲିମ ଶିବିର ଉଦଯାପିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା କେ.ଆଇ.ଇ.ଟି. ପରିସରରେ ନେହେରୁ ଯୁବ କେନ୍ଦ୍ର ଦ୍ୱାରା ଆୟୋଜିତ ଏକ ତ୍ରୀଦିବସୀୟ ଯୁବ ନେତୃତ୍ୱ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଗୋଲି ତିରୁପତି ରେଡୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଡେପୁଟୀ କଲେକ୍ଟର ରାଜେନ୍ଦ୍ର କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି, କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବେ କେ.ଆଇ.ଇ.ଟି.ର ପ୍ରତିଷ୍ଠାତା ବିଶ୍ୱଜିତ ଦାସ ଓ ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ଯୋଗଦେଇଥିଲେ । ଗତ ୧୭ତାରିଖରେ ଆରମ୍ଭ ହୋଇଥିବା ଏହି ଶିବିରରେ କେନ୍ଦ୍ରାପଡାର ବିଭିନ୍ନ ଯୁବକ ସଙ୍ଘର ଯୁବ ସ୍ୱେଛାସେବୀମାନେ ଯୋଗଦେଇ ତାଲିମ ଗ୍ରହଣ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ଶିବିରକୁ ନେହେରୁ ଯୁବ କେନ୍ଦ୍ରର ସ୍ୱେଛାସେବୀ ନମିତା ମହାରଣା ଓ ହରପ୍ରିୟା ସାହୁ ସଂଯୋଜନା କରିଥିବା ବେଳେ ଯୁବ କର୍ମକର୍ତ୍ତା ଲକ୍ଷ୍ମୀକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ରାଜେନ୍ଦ୍ର ଲେଙ୍କା, ସାଇନାଜ ପରୱିନ, ସୁଧାରାଣୀ ସାହୁ, ତପସ୍ୱିନୀ ସ୍ୱାଇଁ, ମୀରା ମୈାସୁମୀ ଜେନା, ପ୍ରଭାତ ବେହେରା, ହେମନ୍ତ ଦାସ, ରାକେଶ ଦାସ, ଜଗନ ଦାସ, ପୂଜାରାଣୀ ଦାସ ପ୍ରମୁଖ ୪୦ଜଣ ସ୍ୱେଛାସେବୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ ।


