ରେସୱା ଅନୁଷ୍ଠାନରେ ପୁରୁଷ ହକି ବିଶ୍ୱକପ୍‌କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ‘ରେସୱା’ ସ୍ୱେଛାସେବୀ ଅନୁଷ୍ଠାନର ଅନ୍ତେବାସୀମାନଙ୍କ ମଧ୍ୟରେ ପୁରୁଷ ହକି ବିଶ୍ୱକପ ଅବସରରେ ହକି ସମ୍ବଦ୍ଧିତ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଉଛି । ଏହି ଅବସରରେ ରେସୱା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ଜାତୀୟ ଖେଳ ହକି ସମ୍ପର୍କିତ କୁଇଜ, ରଚନା ଲିଖନ ପ୍ରଭୃତି ପ୍ରତିଯୋଗିତାର ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉପଲକ୍ଷେ ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳକ ଅମିତରଞ୍ଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ବୀର ହନୁମାନଜୀଉ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ତୁଷାରକାନ୍ତ ବରାଳ ମୁଖ୍ୟ ଅତିଥି ଓ ରେସୱାର ନିର୍ଦେଶକ ଲିଆକତ ହୋସେନ ସମ୍ମାନୀତ ଅତିଥି ଭାବେ ଯୋଗଦେଇହକି ଖେଳ ସମ୍ପର୍କରେ ତଥ୍ୟ ମୂଳକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏଥିସହିତ ଜୀବନରେ ଖେଳର ଆବଶ୍ୟକତା ଏବଂ ଖେଳାଳିମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ରେସୱା ଅନୁଷ୍ଠାନର ସଭାପତି ସୁହାନା ଓୟାରସୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ୱାଧାର ଗୃହର ପରିଚାଳିକା ମିନତୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ